ନୂଆଦିଲ୍ଲୀ: ଚଳିତ ମାସ 24 ଏବଂ 25 ତାରିଖରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ମଧ୍ୟ ଆସିବେ । ଭାରତରେ ଟ୍ରମ୍ପଙ୍କ ଭବ୍ୟ ସ୍ବାଗତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେଶରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ପାଖାପାଖି 34 ଘଣ୍ଟା ଅବସ୍ଥାନ କରିବେ । ଏହି ସମୟ ଭିତରେ ନୂଆଦିଲ୍ଲୀ ଓ ଗୁଜୁରାଟର ଅହମ୍ମଦାବାଦରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦବେ ।
କଣ ରହିଛି ୟୁଏସଏ ପ୍ରେସିଡେଣ୍ଟଙ୍କ ବିମାନର ବିଶେଷତ୍ବ? ଏଥିପାଇଁ ନୂଆଦିଲ୍ଲୀ ଓ ଅହମ୍ମଦାବାଦରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସ୍ବତନ୍ତ୍ର ସୁରକ୍ଷା ସଂପର୍କିତ ନିଷ୍ପତି ନେଇଛନ୍ତି ଉଭୟ ଦେଶର ସୁରକ୍ଷା ଏଜେନ୍ସି । ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ଭିତରେ ଟ୍ରମ୍ପ ଆସୁଥିବା ବିମାନକୁ ନେଇ ଏବେ ସବୁଠି ଉତ୍କଣ୍ଠା ଲାଗି ରହିଛି । କେଉଁ ବିମାନରେ ଟ୍ରମ୍ପ ଭାରତ ଆସିବେ ? ସେହି ବିମାନର ବିଷେଶତ୍ବ କଣ ? ଏଥିରେ କଣ ସୁବିଧା ସୁଯୋଗ ଅଛି ? ଏହି ସମସ୍ତ ପ୍ରଶ୍ନ ଏବେ ଉଙ୍କି ମାରୁଛି ସାଧାରଣରେ ।
କଣ ରହିଛି ୟୁଏସଏ ପ୍ରେସିଡେଣ୍ଟଙ୍କ ବିମାନର ବିଶେଷତ୍ବ? ତେବେ ଟ୍ରମ୍ପଙ୍କ ବିମାନକୁ ନେଇ ସୁରକ୍ଷା ଦୃଷ୍ଟିରୁ କୌଣସି ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ସାଧାରଣତଃ ଆମେରିକା ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ପାଇଁ ବାୟୁସେନାର ସ୍ବତନ୍ତ୍ର ବିମାନ ବ୍ୟବହାର ହୋଇଥାଏ । 1962 ମସିହାରେ ଆମେରିକା ନିର୍ମାଣ କଲା ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ବିମାନ । ପରବର୍ତ୍ତୀ ସମୟରେ ଏହାର ଆଧୁନିକିକରଣ କରାଯାଇଛି । ଟ୍ରମ୍ପ ଭାରତ ଗସ୍ତରେ ଏହି ଅତ୍ୟାଧୁନିକ ବିମାନ ‘ଏୟାର ଫୋର୍ସ ୱାନ’ ରେ ଆସିବେ । କୁହାଯାଉଛି ବିଶ୍ବର ଶକ୍ତିଶାଳୀ ଓ ସୁରକ୍ଷିତ ଏହି ବିମାନ । ବାୟୁସେନାର ଏହି ବିମାନରେ ସମସ୍ତ ଆଧୁନିକ ଯନ୍ତ୍ରପାତି , ବ୍ୟବସ୍ଥା ଓ ସୁବିଧା ଥିବାରୁ ଏହାକୁ ‘ଏୟାର ଫୋର୍ସ ୱାନ’ କୁହାଯାଉଛି ।
କଣ ରହିଛି ୟୁଏସଏ ପ୍ରେସିଡେଣ୍ଟଙ୍କ ବିମାନର ବିଶେଷତ୍ବ? କ’ଣ ରହିଛି ବିମାନର ବିଶେଷତ୍ବ....
- ବାୟୁସେନାର ଏହି ବିମାନରେ ସମସ୍ତ ଆଧୁନିକ ଯନ୍ତ୍ରପାତି, ବ୍ୟବସ୍ଥା ଓ ସୁବିଧା ଥିବାରୁ ଏହାକୁ ‘ଏୟାର ଫୋର୍ସ ୱାନ’ କୁହାଯାଉଛି ।
- ରାଷ୍ଟ୍ରପତିଙ୍କ ପାଇଁ ବିକଶିତ ହୋଇଥିବା ଦୁଇଟି ବୋଇଂ ୭୪୭-୨୦୦ ସିରିଜର ଏହି ବିମାନରେ ରହିଛି ସ୍ବତନ୍ତ୍ର ସାଙ୍କେତିକ କୋଡ । ଯାହାର ଉଦ୍ଦେଶ୍ୟ କେବଳ ସୁରକ୍ଷା ଅଧିକାରୀ ଜାଣିଥାନ୍ତି ।
- ବିମାନ ଆଗରେ ଲାଗିଛି ଆମେରିକାର ଜାତୀୟ ପତାକା । ଉଭୟ ପାର୍ଶ୍ବରେ ଲେଖାଯାଇଛି ‘ୟୁନାଇଟେଡ ଷ୍ଟେଟ ଅଫ ଆମେରିକା’
- ଏହି ବିମାନକୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ରାଷ୍ଟ୍ରପତିଙ୍କ ପାଇଁ ବିଶ୍ରାମ କକ୍ଷ ଭୋଜନାଳୟ ପାଇଁ ସ୍ବତନ୍ତ୍ର କଠୋରୀ ରହିଛି। ଅନ୍ୟ ଏକ ଭାଗରେ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ, ସମ୍ମିଳନୀ କକ୍ଷ, ଗୁଇନ୍ଦା କାର୍ଯ୍ୟାଳୟ ରହିଛି । ସେହିଭଳି ଜରୁରୀ କାଳୀନ ବ୍ୟବସ୍ଥା ରହିଛି । ଯଥା ମେଡିକାଲ, ଜରୁରୀ ଆବଶ୍ୟକ ସାମଗ୍ରୀ । ଏତତ ବ୍ୟତୀତ ବିମାନରେ 24 ଘଣ୍ଟିଆ ଏକ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇଥାନ୍ତି ।
- ବିମାନରେ ଏକ ବଡ ହ୍ବାଇଟ ହାଉସ ଭଳି କାର୍ଯ୍ୟାଳୟ ମଧ୍ୟ ଅଛି । ରାଷ୍ଟ୍ରପତିଙ୍କ ଗସ୍ତବେଳେ ଏହି କାର୍ଯ୍ୟାଳୟରେ ଆମେରିକାର ବୈଦେଶିକ ଅଧିକାରୀ, ପେଣ୍ଟାଗନ ସହ ଜଡିତ ସୁରକ୍ଷା ସଂସ୍ଥା ମୁଖ୍ୟ ମାନେ ଥାନ୍ତି । ଏହା ବାଦ ରାଷ୍ଟ୍ରପତିଙ୍କ ପରାମର୍ଶଦାତା, ଗୁଇନ୍ଦା ଅଧିକାରୀ ଓ ସାମ୍ବାଦିକ ମଧ୍ୟ ଏହି କାର୍ଯ୍ୟାଳୟରେ ନିଜ ନିଜ କାର୍ଯ୍ୟ କରିଥାନ୍ତି ।
- ବିମାନରେ ଥିବା ଆଉ ଏକ ସ୍ବତନ୍ତ୍ରତା ହେଲା ଏଥିରେ ଏକ ବଡ ପାକଶାଳା ଅଛି । ଯେଉଁଠି ରାଷ୍ଟ୍ରପତିଙ୍କ ପରିବାର, ଅତିଥି ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇପାରିବ ।
- ଏହି ବିମାନ ଉଡାଣ ଭରିବା ପରେ ଆକାଶରେ ମଧ୍ୟ ଜରୁରୀ ପଡିଲେ ଇନ୍ଧନ ଭରିପାରିବ । ଏୟାରଫୋର୍ସ ୱାନର ଆଉ ଏକ ବିଶେଷତ୍ବ ହେଲା ଏହା ବିଶ୍ବର ଯେ କୌଣସି ସ୍ଥାନକୁ ଯାଇପାରିବ । ଖାଲି ଏତିକି ନୁହେଁ 40 ହଜାର ଫୁଟରୁ ଉର୍ଦ୍ଧ୍ବ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବ ।
- ବିମାନର ଯୋଗାଯୋଗ ବ୍ୟବସ୍ଥା ଅତି ଦକ୍ଷ । ବିମାନରେ ଥାଇ ମଧ୍ୟ ରାଷ୍ଟ୍ରପତି ଦେଶର ଯେକୌଣସି ବିଷୟରେ ଅବଗତ ହେବାପାଇଁ ଚାହିଁବେ ହୋଇପାରିବେ । ଯାତ୍ରା ସମୟରେ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ରାଷ୍ଟ୍ରପତି ସେନା ଅଧିକାରୀଙ୍କୁ ଯେକୌଣସି ନିର୍ଦ୍ଦେଶ ଦେବାପାଇଁ ଚାହିଁବେ ଦେଇ ପାରିବେ।
- ବିମାନରେ ଏକାଧିକ ଇଞ୍ଜିନ ରହିଛି । କୌଣସି ଇଞ୍ଜିନ ଅଚଳ ହେଲେ ମଧ୍ୟ ଆପେ ଆପେ ଅନ୍ୟ ଇଞ୍ଜିନ କାମ କରିବ । ବିମାନରେ ରହିଛି ଏକ ସ୍ବତନ୍ତ୍ର ବଙ୍କର । ଯାହା ରାଷ୍ଟ୍ରପତିଙ୍କୁ ସବୁ ଆକ୍ରମଣରୁ ସୁ-ନିଶ୍ଚିତ ରକ୍ଷା କରିବାର କ୍ଷମତା ରଖୁଛି । ତେବେ ପ୍ରଥମ ଥର ପାଇଁ 2001ରେ ଏହି ବଙ୍କରକୁ ବିକଶିତ କରାଯାଇଛି ।
- ବିମାନରେ ଲାଗିଥିବା ସେନ୍ସର ଗୁଡିକ ଶକ୍ତିଶାଳୀ । ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ କୌଣସି ରାଷ୍ଟ୍ର ପକ୍ଷରୁ ମିସାଇଲ ଆକ୍ରମଣ ହେଲେ ଏହା ଢେର ସମୟ ପୂର୍ବରୁ ଜାଣିପାରିବ । ଆବଶ୍ୟକ ସ୍ଥଳେ କଣ୍ଟ୍ରୋଲ ରୁମକୁ କମାଣ୍ଡ ପଠାଇବ । ନଚେତ ନିଜେ ମିସାଇଲକୁ ଅକାମି କରିପାରିବ ।
- ଏୟାର ଫୋର୍ସ ୱାନ ଯେକୌଣସି ପରମାଣୁ ଆକ୍ରମଣକୁ ପ୍ରତିହତ କରିପାରିବ । କୌଣସି ଶତ୍ରୁ ଦେଶର ରାଡାର ଏହି ବିମାନକୁ କ୍ଷତି ପହଞ୍ଚାଇ ପାରିବ ନାହିଁ ।
- ଏହି ବିମାନକୁ ପ୍ରେସିଡେଣ୍ଟାଲ ଏୟାରଲିଫ୍ଟ ଗ୍ରୁପ ଓ ପେଣ୍ଟାଗନ ଅଧିକାରୀଙ୍କ ଦ୍ବାରା ପରିଚାଳନା କରାଯାଇଥାଏ । ଯାହା ୟୁଏଏସ ଆର୍ମିର ଏକ ଅଂଶ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ