ଓଡିଶା

odisha

ETV Bharat / bharat

ଭାରତ-ଚୀନ ସୀମା ବିବାଦ, ମଧ୍ୟସ୍ଥତା ପ୍ରସ୍ତାବ ଦେଲେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତର ସୀମା ବିବାଦ ଉପରେ ମଧ୍ୟସ୍ଥତାର ଅଫର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଟ୍ରମ୍ପ ଟ୍ବିଟରେ କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଆମେରିକା ଉଭୟ ଦେଶ ପାଇଁ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି।

Trump
ଭାରତ-ଚୀନ ସୀମା ବିବାଦ

By

Published : May 28, 2020, 10:56 AM IST

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତର ସୀମା ବିବାଦ ଉପରେ ମଧ୍ୟସ୍ଥତାର ଅଫର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଟ୍ରମ୍ପ ଟ୍ବିଟରେ କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଆମେରିକା ଉଭୟ ଦେଶ ପାଇଁ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବୟାନରେ ଭାରତ କିମ୍ବା ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ବିଟ୍ ଅନୁଯାୟୀ ଆମେରିକା ଏହି ପ୍ରସ୍ତାବ ବିଷୟରେ ଭାରତ ଓ ଚୀନକୁ କହିଛି। ତେବେ ଭାରତ ଓ ଚୀନ ସମ୍ପର୍କରେ ସେ କିମ୍ବା ଆମେରିକା ସରକାର କେବେ ଏବଂ କିପରି ପ୍ରସ୍ତାବ ଦେଇଛନ୍ତି ତାହା ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରି ନାହାଁନ୍ତି । ତେବେ ସୀମାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସତ୍ତ୍ବେ ଉଭୟ ଭାରତ ଓ ଚୀନ୍ ଏହି ପ୍ରସ୍ତାବକୁ ସ୍ବତଃପ୍ରବୃତ୍ତ ଭାବରେ ଗ୍ରହଣ କରିବେ ନାହିଁ ବୋଲି ଆଶା କରାଯାଉଛି।

ରଣନୈତିକ ପ୍ରସଙ୍ଗରେ ପାରଙ୍ଗମ ପ୍ରଫେସର ହର୍ଷ ପନ୍ତ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବକୁ ଉଭୟ ପକ୍ଷ ଗ୍ରହଣ କରିବାର କୌଣସି ସମ୍ଭାବନା ନାହିଁ। କିନ୍ତୁ ଏହା ମଧ୍ୟ ସ୍ପଷ୍ଟ ଯେ ଭାରତ ବଦଳରେ ଚୀନକୁ ଟ୍ରମ୍ପ ଟାର୍ଗେଟ କରୁଛନ୍ତି। ଏହା ମଧ୍ୟ ବିଶ୍ବ ସ୍ତରରେ ଦର୍ଶାଇବାକୁ ଏକ ପ୍ରୟାସ ଯେ ବିଶ୍ବରେ ଶକ୍ତିଶାଳୀ ହେବାକୁ ଇଚ୍ଛା କରୁଥିବା ଚୀନ ମଧ୍ୟ ନିଜ ସୀମା ବିବାଦର ସମାଧାନ କରିବାରେ ଅସମର୍ଥ। ଅଧିକାଂଶ ଦେଶ ସହିତ ଏହାର ବିବାଦ ଚାଲିଛି । ହଂକଂର ସ୍ଥିତି, ତାଇୱାନର ତିକ୍ତତା ଓ ବର୍ତ୍ତମାନ ଭାରତ ସହ ଚୀନର ସୀମା ବିବାଦକୁ ନେଇ ଆମେରିକା କିଛି ସମୟ ପାଇଁ ଚୀନ ଉପରେ ଚାପ ପ୍ରୟୋଗ କରିଆସୁଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ରାଷ୍ଟ୍ରପତି ଟ୍ରମ୍ପ ଭାରତର ସୀମା ବିବାଦ ଉପରେ ସିଧାସଳଖ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ଏହାପୂର୍ବରୁ ଜୁଲାଇ 2019 ରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଓ ଭାରତ ମଧ୍ୟରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ। ତେବେ ଅଗଷ୍ଟ 2019 ରେ ଫ୍ରାନ୍ସର ବାୟାରିଜ୍ ଠାରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀର ମାର୍ଜିନ ଉପରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଭାରତ ଏଭଳି ମାମଲାରେ ତାଙ୍କୁ କଷ୍ଟ ଦେବାକୁ ଚାହୁଁନାହିଁ।

ABOUT THE AUTHOR

...view details