ଓଡିଶା

odisha

By

Published : Feb 25, 2020, 11:11 PM IST

ETV Bharat / bharat

ଦୁଇ ଦିନିଆ ଗସ୍ତ ଶେଷ କରି ଫେରିଲେ ରାଷ୍ଟ୍ରପତି ଟ୍ରମ୍ପ

ଦୁଇ ଦିନିଆ ଭାରତ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପରିବାର । ତାଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜେରେଡ ଦୁଇଦିନିଆ ଭାରତ ଗସ୍ତ ସାରି ଆମେରିକା ଫେରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପରିବାର । ତାଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜେରେଡ ଦୁଇଦିନିଆ ଭାରତ ଗସ୍ତ ସାରି ଆମେରିକା ଫେରିଛନ୍ତି । ଟ୍ରମ୍ପ ସପରିବାରେ ତାଙ୍କର ଏୟାର ଫୋର୍ସ ଓ୍ଵାନ ବିମାନରେ ଆମେରିକା ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ 36 ଘଣ୍ଟାର ଭାରତ ରହଣି ଭିତରେ ପ୍ରଥମ ଦିନରେ ଅହମ୍ମଦାବାସ୍ଥିତ ମହାତ୍ମା ଗାନ୍ଧୀଙ୍କ ସାବରମତି ଆଶ୍ରମ ପରେ ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯକ୍ରମରେ ଯୋଗ ଦେଇଥିଲେ । ଶେଷରେ ପ୍ରଥମ ଦିବସରେ ଅନ୍ତିମ ଚରଣରେ ତାଜମହଲ ପରିଦର୍ଶନରେ କରି ଦିଲ୍ଲୀ ଫେରିଥିଲେ ।

ସେହିପରି ମଙ୍ଗଳବାର, ୨୫ ଫେବୃୟାରୀରେ ରାଜଘାଟ ମହାତ୍ମାଗାନ୍ଧୀ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାଇଦ୍ରାବାଦ ହାଉସରେ ବୈଠକ ସହ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ କରିଥିଲେ । ବୈଠକ ପରେ ହାଇଦ୍ରାବାଦ ହାଉସରେ ପ୍ରେସମିଟ ଓ ଶେଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବୈଠକ ଓ ରାତ୍ରିଭୋଜନ ସାରି ଆମେରିକା ଫେରିଛନ୍ତି ଟ୍ରମ୍ପ ଓ ପରିବାର ।

ABOUT THE AUTHOR

...view details