ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସି ସପରିବାର ଗୁଜୁରାଟରେ ପହଞ୍ଚିଥିଲେ । ସେଠାରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ‘ମୋଟେରା’ରେ ତାଙ୍କୁ ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମ ଜରିଆରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ଭାରତକୁ ସବୁଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ।
ନମସ୍ତେ ଟ୍ରମ୍ପ: ଭାରତ ସହ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ଘୋଷଣା
‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ଭାରତକୁ ସବୁଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି । ମୋଟେରା ଷ୍ଟାଡିୟମରେ ଟ୍ରମ୍ପ କହିଛନ୍ତି ଯେ, ଆସନ୍ତାକାଲି(ମଙ୍ଗଳବାର) ଆମେରିକା ଭାରତ ସହିତ 300କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି । ଅଧିକ ପଢନ୍ତୁ...
ମୋଟେରା ଷ୍ଟାଡିୟମରେ ଟ୍ରମ୍ପ କହିଛନ୍ତି ଯେ, ଆସନ୍ତାକାଲି(ମଙ୍ଗଳବାର) ଆମେରିକା ଭାରତ ସହିତ 300କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି ।
ସେ ନିଜ ଅଭିଭାଷଣରେ ଆହୁରି କହିଛନ୍ତି ଯେ, ଆମର ଅର୍ଥନୀତି ପୂର୍ବାପେକ୍ଷା ଅଧିକ ଚମକପ୍ରଦ ରହିଛି । ଆମେରିକାର ସୈନ୍ୟଶକ୍ତି ସର୍ବଶ୍ରେଷ୍ଠ ଓ ଆମେରିକା ବିଶ୍ବରେ ନିଜ ସହଯୋଗୀଙ୍କୁ ସୈନ୍ୟଶକ୍ତି ବୃଦ୍ଧି ପାଇଁ ସର୍ବଦା ଚେଷ୍ଟିତ । ଆମେରିକା ବିଶ୍ବରେ ସବୁଠାରୁ ଅତ୍ୟାଧୁନିକ ଓ ଭୟଙ୍କର ଯୁଦ୍ଧାସ୍ତ୍ର ନିର୍ମାଣ କରିଛି । ଭାରତ ଏବଂ ଆମେରିକା ପରସ୍ପର ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗିତା ବୃଦ୍ଧି କରିବାକୁ ଦିଗରେ ଭାରତ ଏହି ସମସ୍ତ ଯୁଦ୍ଧାସ୍ତ୍ର ଭାରତକୁ ପ୍ରଦାନ କରିବାକୁ ଯାଉଛି ।