ନୂଆଦିଲ୍ଲୀ: ନୂଆ ମୋଟରଯାନ ଆଇନ ଅଧୀନରେ ଟ୍ରାଫିକ ନିୟମ ଉଲଙ୍ଘନ ପାଇଁ ଭୋଗିବାକୁ ପଡୁଥିବା ଚାଲାଣର ନୂଆ ରେକର୍ଡ ସାମ୍ନାକୁ ଆସିଛି । ରାଜସ୍ଥାନର ଜଣେ ଟ୍ରକ ମାଲିକ ଭରିଛନ୍ତି ଏବେ ସୁଦ୍ଧାର ସବୁଠୁ ବଡ଼ ଚାଲାଣ ।
ସବୁଠୁ ବଡ ତଣ୍ଡ: ଟ୍ରକ ମାଲିକ ଭରିଲେ ୧,୪୧,୭୦୦ ଟଙ୍କା - truck drive pays 1,41,700 fine
ଦିଲ୍ଲୀର ରୋହିଣୀ କୋର୍ଟରେ ୧,୪୧,୭୦୦ ଟଙ୍କାର ଚାଲାଣ ଭରିଛନ୍ତି ରାଜସ୍ଥାନର ଜଣେ ଟ୍ରକ ମାଲିକ । ସେପ୍ଟେମ୍ବର 5 ତାରିଖରେ ଓଭରଲୋଡିଂ କାରଣରୁ ଦିଲ୍ଲୀରେ ଧରା ପଡିଥିଲା ତାଙ୍କ ଟ୍ରକ ।
ଦିଲ୍ଲୀର ରୋହିଣୀ କୋର୍ଟରେ ୧,୪୧,୭୦୦ ଟଙ୍କାର ଚାଲାଣ ଭରିଛନ୍ତି ରାଜସ୍ଥାନର ଜଣେ ଟ୍ରକ ମାଲିକ । ଟ୍ରକ ମାଲିକ ଜଣକ ରାଜସ୍ଥାନ ବୀକାନିରର । ସେପ୍ଟେମ୍ବର 5 ତାରିଖରେ ଓଭରଲୋଡିଂ କାରଣରୁ ଦିଲ୍ଲୀରେ ଧରା ପଡିଥିଲା ତାଙ୍କ ଟ୍ରକ । ଟ୍ରକ ଓଭରଲୋଡିଂ ହେବା କାରଣରୁ ପ୍ରଥମେ 70 ହଜାରର ଚାଲାଣ କଟାଯାଇଥିଲା । ସେହିପରି ଟ୍ରକରେ ଅଧିକ ଜିନିଷ ଲଦିଥିବାରୁ ମାଲିକ ଉପରେ ଆଉ 70 ହଜାରର ଜରିମାନା ଲଗାଯାଇଥିଲା । ଏହା ବ୍ୟତୀତ ଅତିରିକ୍ତ ଜରିମାନା ପାଖାପାଖି 1700 କଟାଯାଇଥିଲା । ଚାଲାଣର ମୋଟ ରାଶି ୧,୪୧,୭୦୦ ଟଙ୍କା ହୋଇଥିବା ବେଳେ ସେପ୍ଟେମ୍ବର 9 ରେ ରୋହିଣୀ କୋର୍ଟରେ ଏହି ରାଶୀ ଭରିଛନ୍ତି ଟ୍ରକ ମାଲିକ ।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର 1 ରୁ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରଠୁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି ।