ଭୋପାଳ: ମଧ୍ୟପ୍ରଦେଶ-ରାଜସ୍ଥାନ ସୀମା ତିତ୍ତୋରଗଡ ଜିଲ୍ଲାର ଜଲିୟା ଚେକ ପୋଷ୍ଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ-କାର ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା 4 ଗୁରୁତର ଆହତ ହୋଇଛନ୍ତି । ମୃତକ ମହାରାଷ୍ଟ୍ରର ଧୁଲିୟା ଅଞ୍ଚଳର ବୋଲି ଜଣାପଡିଛି ।
ଟ୍ରକ-କାର ମୁହାଁମୁହିଁ ଧକ୍କା, 4 ମୃତ
ଟ୍ରକ-କାର ମୁହାଁ ମୁହିଁ ଧକ୍କା । ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ, 4 ଗୁରୁତର। ମଧ୍ୟପ୍ରଦେଶ-ରାଜସ୍ଥାନ ସୀମା ଚିତ୍ତୋରଗଡ ଜିଲ୍ଲାର ଜଲିୟା ଚେକ ପୋଷ୍ଟରେ ଘଟିଛି ଦୁର୍ଘଟଣା । ଅଧିକ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ଏ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ନିମ୍ବାହେଡା ହସ୍ପିଟାଲରେ ଭର୍ତ୍ତି କରିଛି । ଶନିବାର ଭୋର 4ଟା ସମୟରେ ଗୋଟିଏ ଟ୍ରକ. ଅନ୍ୟ ଏକ କାରକୁ ଧକ୍କା ମାରିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ପୋଲିସକୁ ଏ ଘଟଣା ବାବଦରେ ଖବର ଦେଇଥିଲେ ।
ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁରୁତରଙ୍କ ପରିବାର ଲୋକଙ୍କୁ ଘଟଣା ବାବଦରେ ସୂଚନା ଦେଇଛି । ଏହି ଦୁର୍ଘଟଣାରେ ଟ୍ରକରେ ଥିବା ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ଜଣାପଡିଛି ।
Last Updated : Feb 8, 2020, 7:06 PM IST