ଜୟପୁର: ରାଜସ୍ଥାନ ହନୁମାନଗଡରେ ଅଘଟଣ । ଟ୍ରକ- ଜିପ୍ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ଥିବା ସୂଚନା ।
ଟ୍ରକ-ଜିପ୍ ମୁହାଁମୁହିଁ ଧକ୍କା, 6 ମୃତ - ରାଜସ୍ଥାନ ହନୁମାନଗଡରେ ଅଘଟଣ
ରାଜସ୍ଥାନ ହନୁମାନଗଡରେ ଅଘଟଣ । ଟ୍ରକ - ଜିପ୍ ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ...
![ଟ୍ରକ-ଜିପ୍ ମୁହାଁମୁହିଁ ଧକ୍କା, 6 ମୃତ aa](https://etvbharatimages.akamaized.net/etvbharat/prod-images/768-512-6149554-thumbnail-3x2-accident.jpeg)
ଟ୍ରକ-ଜିପ୍ ମୁହାଁମୁହିଁ ଧକ୍କା, 6 ମୃତ
ସୂଚନାମୁତାବକ, ହନୁମାନଗଡ ଜିଲ୍ଲାର ମେଗା ହାଇୱେ ପଲ୍ଲୁ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ଜିପ୍ରେ ଥିବା ସମସ୍ତ ଲୋକ ଏକ ସତସଙ୍ଗରେ ଯୋଗ ଦେଇ ଫେରୁଥିଲେ । ହଠାତ ଟ୍ରକ ସହ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଜିପ୍ ର ଉପର ଭାଗ ଉଡି ଯାଇଥିବା ଦେଖିବାକୁ ମିଳିଛି । ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।