ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବୁଧବାର ମଧ୍ୟରାତ୍ରିରେ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ 6 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ 7 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଟ୍ରକ୍କୁ ପିଟିଲା ସ୍କର୍ପିଓ, 6 ମୃତ - ମହାରାଷ୍ଟ୍ରର ଚନ୍ଦ୍ରପୁରରେ ସଡକ ଦୁର୍ଘଟଣା
ମହାରାଷ୍ଟ୍ରର ଚନ୍ଦ୍ରପୁରରେ ବୁଧବାର ମଧ୍ୟରାତ୍ରିରେ ଏକ ସ୍କର୍ପିଓ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ 6 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...
ସଡକ ଦୁର୍ଘଟଣା
ସଡକ ଦୁର୍ଘଟଣା
ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ସ୍କର୍ପିଓର ଅଧା ଅଂଶ ଟ୍ରକର ପଛ ଅଂଶରେ ପଶିଯାଇଛି । ମୃତକଙ୍କ ପରିଚୟ ସମ୍ଭାଜୀ ଭୋଇର, କୁସୁମ ଭୋଇର, ଜିୟାନ ଭୋଇର, ଦତ୍ତୁ ଜୋଡ, ମିନାକ୍ଷି ଜୋଡ ଏବଂ ଶଶିକଳା ବନ୍ଧାରେ ରୂପରେ ହୋଇଛି । ଏମାନେ ସମସ୍ତେ ଚନ୍ଦ୍ରପୁରର ବୋଲି ଜଣା ପଡିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।