ଓଡିଶା

odisha

By

Published : Oct 18, 2020, 6:28 PM IST

ETV Bharat / bharat

ଟିଆରପି ସ୍କାମ: ଘରୋଇ ଗଣମାଧ୍ୟମରେ ଅସନ୍ତୋଷ ବାର୍କ

ଗଣମାଧ୍ୟମକୁ ‘ବ୍ୟକ୍ତିଗତ’ ଏବଂ ‘ଗୋପନୀୟ’ ଯୋଗାଯୋଗ ପ୍ରକାଶ କରିବାକୁ ନେଇ ଦ’ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ(ବାର୍କ) ଏକ ଘରୋଇ ଗଣମାଧ୍ୟମ ଉପରେ ଅସନ୍ତାଷ ପ୍ରକାଶ କରିଛି । ଅଧିକ ପଢନ୍ତୁ...

ଘରୋଇ ଗଣମାଧ୍ୟମ ଉପରେ ବାର୍କର ଆସନ୍ତୋଷ
ଘରୋଇ ଗଣମାଧ୍ୟମ ଉପରେ ବାର୍କର ଆସନ୍ତୋଷ

ମୁମ୍ବାଇ: ଟିଆରପି ସ୍କାମକୁ ନେଇ ଚାଲିଥିବା ତଦନ୍ତ ସମ୍ପର୍କରେ ଗଣମାଧ୍ୟମକୁ ‘ବ୍ୟକ୍ତିଗତ’ ଏବଂ ‘ଗୋପନୀୟ’ ଯୋଗାଯୋଗ ପ୍ରକାଶ କରିବାକୁ ନେଇ ଦ’ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ(ବାର୍କ) ଏକ ଘରୋଇ ଗଣମାଧ୍ୟମ ଉପରେ ଅସନ୍ତାଷ ପ୍ରକାଶ କରିଛି ।

ଏକ ବିବୃତ୍ତିରେ ବାର୍କ ଇଣ୍ଡିଆ କହିଛି ଯେ, ଟିଆରପି ସ୍କାମକୁ ନେଇ ଜାରି ଥିବା ତଦନ୍ତରେ ବାର୍କ କୌଣସି ମନ୍ତବ୍ୟ ଦେଇନାହିଁ । ବ୍ୟକ୍ତିଗତ ତଥା ଗୋପନୀୟ ଯୋଗାଯୋଗ ପ୍ରକାଶ କରି ତାହାକୁ ଭୁଲ୍ ଭାବରେ ଦର୍ଶାଇବାକୁ ନେଇ ବାର୍କ ଘରୋଇ ଗଣମାଧ୍ୟମ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ନେଇ ବିବୃତ୍ତିରେ କୁହାଯାଇଛି।

ସୂଚନା ଅନୁଯାୟୀ, ଏକ ଘରୋଇ ଗଣମାଧ୍ୟମ ଦାବି କରିଛି ଯେ ବାର୍କ ନିଶ୍ଚିତ କରିଛି ଯେ, ଆମ ନେଟୱାର୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ । କାରଣ ଟିଆରପି ଚୋରିକୁ ନେଇ ଆମ ବିରୋଧରେ ତାଙ୍କୁ କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ । ଏହି ଦାବିକୁ ବାର୍କ ଖଣ୍ଡନ କରିଛି ।

ABOUT THE AUTHOR

...view details