ମୁମ୍ବାଇ: ଘନଉଛି ଟିଆରପି ଜାଲିଆତି ମାମଲା । ମୁମ୍ବାଇ ପୋଲିସ ଟିଆରପି ସ୍କାମ ଘଟଣା ସାମ୍ନାକୁ ଆଣିବା ପରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରୁଛି । ମାମଲାରେ ଗିରଫ ନବମ ଅଭିଯୁକ୍ତ ହରିଶ ପାଟିଲଙ୍କ ନାଁରେ ସାତୋଟି କମ୍ପାନୀ ପଞ୍ଜିକୃତ ହୋଇଥିବା ସହ ଉକ୍ତ କମ୍ପାନୀ ମାଧ୍ୟମରେ ଗୋଟିଏ ଚ୍ୟାନେଲର ଆର୍ଥିକ କାରବାର କରାଯାଇଥିବା ସୂଚନା ମିଳିଛି । ତେବେ ଯେଉଁ ସ୍ଥାନରେ କମ୍ପାନୀ ରହିଛି ବୋଲି ଠିକଣା ଦିଆଯାଇଛି, ସେହି ସ୍ଥାନରେ କୌଣସି କମ୍ପାନୀ ନଥିବା ତଦନ୍ତରୁ ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ ଚଣ୍ଡିବାଲି ଅଞ୍ଚଳରେ ରହୁଥିବା ହରିଶ ପାଟିଲକୁ ଗୁରୁବାର ଗରିଫ କରିଥିଲା । ଟିଆରପି ଜାଲିଆତି ମାମଲାରେ ଗିରଫ ହରିଶ ହେଉଛନ୍ତି ନବମ ଅଭିଯୁକ୍ତ । ପୂର୍ବରୁ ଘଟଣାର ସଂପୃକ୍ତ 8 ଜଣକୁ ଗରିଫ କରାଯାଇଛି ।