ଓଡିଶା

odisha

ETV Bharat / bharat

ତ୍ରିପୁରାରୁ 22 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ କଫ୍ ସିରଫ ଜବତ, 2 ଗିରଫ - ବେଆଇନ କଫ୍ ସିରଫ ବୋତଲ

ତ୍ରିପୁରାର ବାଧାରଘାଟ ସହରରେ ଥିବା ଏକ ଗୋଦାମରେ ଏହି ବେଆଇନ ବ୍ୟବସାୟ ହେଉଥିବା ବେଳେ ପୋଲିସ ଚଢାଉ କରିଛି । 40,560 ବୋତଲ କଫ୍ ସିରଫ (ଫେନ୍‌ସିଡିଲ) ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ 22.5 ଲକ୍ଷ ଟଙ୍କା ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 10, 2019, 2:57 PM IST

ଅଗରତାଲା: ଟଙ୍କା ରୋଜଗାର କରିବାର ସହଜ ପନ୍ଥା ହେଉଛି ବେଆଇନ ବ୍ୟବସାୟ । ଦିନକୁ ଦିନ ଦୃତ ଗତିରେ ବଢିଚାଲିଛି ବେଧଡକ ନିଶା କାରବାର । ତ୍ରିପୁରା ପୋଲିସ 40,560 ବୋତଲ କଫ୍ ସିରଫ (ଫେନ୍‌ସିଡିଲ) ଜବତ କରିଛି । ଯାହାକି ନିଶା କାରବାରରେ ବ୍ୟବହାର ହୁଏ । ଜବତ ହୋଇଥିବା ଫେନ୍‌ସିଡିଲର ଆନୁମାନିକ ମୂଲ୍ୟ 22.5 ଲକ୍ଷ ଟଙ୍କା ହୋଇଥିବା ପୋଲିସ ସୂଚନା ଦେଇଛି ।

ତ୍ରିପୁରାର ବାଧାରଘାଟ ସହରରେ ଥିବା ଏକ ଗୋଦାମରେ ଏହି ବେଆଇନ ବ୍ୟବସାୟ ହେଉଥିବାବେଳେ ପୋଲିସ ଚଢାଉ କରିଥିଲା । ସେପଟେ ପୋଲିସ କହିବା ଅନୁସାରେ ଉକ୍ତ ଗୋଦାମର ମାଲିକ ଏବଂ ମ୍ୟାନେଜରକୁ ଗିରଫ କରାଯାଇଛି । ସୂଚନା ଅନୁସାରେ ବାଦାରଘାଟ ତ୍ରିପୁରାର ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ । ଆସନ୍ତା ସେପ୍ଟେମ୍ବର 23 ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କଫ୍ ସିରଫକୁ ଡ୍ରଗ୍ସ ଆକାରରେ ବ୍ୟବହାର କରାଯାଏ । ତେଣୁ ବିପୁଳ ପରିମାଣରେ ବେଆଇନ ଭାବେ ଏହାର ବ୍ୟବସାୟ ଚାଲିଛି । ପୋଲିସ ସମସ୍ତ କଫ ସିରଫକୁ ଜବତ କରିବା ପରେ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details