ଓଡିଶା

odisha

ETV Bharat / bharat

ସାମାଜିକ ଦୂରତା ରକ୍ଷା କରିବ ସ୍ୱତନ୍ତ୍ର କୋଭିଡ୍ -19 ବାଇକ

ସାମାଜିକ ଦୂରତା ରକ୍ଷାକରିବ ସ୍ୱତନ୍ତ୍ର କୋଭିଡ୍ -19 ବାଇକ । ଏହି ସ୍ବତନ୍ତ୍ର ବାଇକ ତିଆରି କରିଛନ୍ତି ତ୍ରିପୁରାର ଜଣେ ମେକାନିକ । ଅଧିକ ପଢନ୍ତୁ...

tripura mechanics special covid-19 bike  ensures social distancing during ride
ସାମାଜିକ ଦୂରତା ରକ୍ଷାକରିବ ସ୍ୱତନ୍ତ୍ର କୋଭିଡ୍ -19 ବାଇକ

By

Published : May 3, 2020, 11:43 PM IST

ଇଟାନଗର: କୋଭିଡ-19 ର ପ୍ରସାରକୁ ରୋକିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ତେବେ ଏଥିପାଇଁ ସାମାଜିକ ଦୂରତା ମୁଖ୍ୟ । ଏହି କ୍ରମରେ ପଶ୍ଚିମ ତ୍ରିପୁରା ଅରାଲିଆର ଜଣେ ଅଟୋମୋବାଇଲ ମେକାନିକ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ବ୍ୟାଟେରୀ ଚାଲୁଛି ଏହି ବାଇକ୍ ।

ପାର୍ଥ ସାହା ନାମକ ଏହି ମେକାନିକ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏଭଳି ବାଇକ ତିଆରି କରିଛନ୍ତି । ଇଲେକ୍ଟ୍ରିକ୍ ବାଇକକୁ ଶକ୍ତି ଦେବା ପାଇଁ ଲିଥିୟମ୍-ଆୟନ ବ୍ୟାଟେରୀ ବ୍ୟବହାର କରିଥିଲେ । ଏହି ବାଇକ ଲୋକମାନଙ୍କୁ ପେଟ୍ରୋଲର ବିକଳ୍ପ ଭାବେ ସାହାଯ୍ୟ କରିବା ସହ ସାମାଜିକ ଦୂରତ୍ବ ବଜାୟ ରଖିବାରେ ସହାୟକ ହେବ । ନିଜ ସଞ୍ଚୟ ଟଙ୍କାରେ ସେ ନିର୍ମାଣ କରିଛନ୍ତି ଏହି ବାଇକ । ବାଇକର ଦକ୍ଷତା ଏବଂ କାର୍ଯ୍ୟର ବ୍ୟାଖ୍ୟା କରି ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଇକ ଦୁଇଟି ସିଟର ଦୂରତା ଠାରୁ ଏକ ମିଟରରୁ ଅଧିକ । ଯାହା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାମାଜିକ ଦୂରତାକୁ ଅନୁସରଣ କରିଥାଏ ।

'କୋଭିଡ-19 ବାଇକ୍' ସମ୍ପୂର୍ଣ୍ଣ ଚାର୍ଜ ହେବା ପାଇଁ ତିନି ଘଣ୍ଟା ସମୟ ନେଇଥାଏ । ଏହାପରେ 80 କିଲୋମିଟର ଦୂରତା ଅତିକ୍ରମ କରିପାରେ । ତାଙ୍କର ଅନନ୍ୟ ସୃଷ୍ଟି ଯୋଗୁଁ ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିବା ସାହା ମଧ୍ୟ ଆଶା କରିଛନ୍ତି ଯେ ତାଙ୍କ ସୃଷ୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମର ଅଂଶ ହେବ । ଏହାସହ ଦେଶରେ ଉଦ୍ୟୋଗୀଙ୍କୁ ଆହୁରି ଉତ୍ସାହିତ କରିବ।

@ANI

ABOUT THE AUTHOR

...view details