ଓଡିଶା

odisha

ETV Bharat / bharat

ତ୍ରିପୁରା ଡାକ୍ତର ତିଆରି କଲେ ଫେସ ସିଲ୍ଡ, ମୂଲ୍ୟ ମାତ୍ର 40 ଟଙ୍କା

ତ୍ରିପୁରାର ଜଣେ ଡାକ୍ତର ଏଭଳି ଏକ ଫେସ ସିଲ୍ଡ ତିଆରି କରିଛନ୍ତି ଯାହାର ମୂଲ୍ୟ ରହିଛି ମାତ୍ର 40 ଟଙ୍କା ।

By

Published : May 4, 2020, 1:19 PM IST

ତ୍ରିପୁରା ଡାକ୍ତର ତିଆରି କଲେ ଫେସ ସିଲ୍ଡ, ମୂଲ୍ୟ ମାତ୍ର 40 ଟଙ୍କା
ତ୍ରିପୁରା ଡାକ୍ତର ତିଆରି କଲେ ଫେସ ସିଲ୍ଡ, ମୂଲ୍ୟ ମାତ୍ର 40 ଟଙ୍କା

ଅଗରତାଲା: 40 ଟଙ୍କାରେ ଫେସ ସିଲ୍ଡ । ତ୍ରିପୁରାର ଜଣେ ଡାକ୍ତର ଏଭଳି ଏକ ଫେସ ସିଲ୍ଡ ତିଆରି କରିଛନ୍ତି ଯାହାର ମୂଲ୍ୟ ରହିଛି ମାତ୍ର 40 ଟଙ୍କା । ଯାହକୁ ସେ କୋରୋନାରେ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ ଦେବେ ବୋଲି କହିଛନ୍ତି । କୋରୋନା ସଂକ୍ରମିତ ରୋଗୀଙ୍କ ସିଧା ସଳଖ ସଂସ୍ପର୍ଷରେ ଆସୁଛନ୍ତି ସ୍ବାସ୍ଥ୍ୟକର୍ମୀ । ଯାହାଙ୍କୁ ଏହି ଫେସ ସିଲ୍ଡ ସୁରକ୍ଷା ଦେବ ବୋଲି ସେ କହିଛନ୍ତି ।

ଫେସ ଲିଲ୍ଡ ଏକ ପ୍ରତିରକ୍ଷା ଗିୟର ଭାବରେ କାମ କରୁଛି । ହେଡବ୍ୟାଣ୍ଡ ସହ ଏହା ଯୋଡି ହୋଇ ରହିଛି । ଏହି ସିଲ୍ଡ ଦ୍ବାରା ଶ୍ବାସକ୍ରିୟାରେ ଆସୁଥିବା ଡ୍ରପଲେଟକୁ ଅଟକାଇଥାଏ । ଫଳରେ କୋରୋନା ସଂକ୍ରଣକୁ ବ୍ୟାପିବାରେ ରୋକିବା ସହ ଚିକିତ୍ସକମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ।

ତେବେ ତ୍ରିପୁରା ମେଡିକାଲ କଲେଜ (ଟିଏମସି) ର ସହକାରୀ ପ୍ରଫେସର ଡଃ ଅର୍କଦୀପ୍ତ ଚୌଧୁରୀ କହିଛନ୍ତି ଯେ ସହଜରେ ଉପଲବ୍ଧ ଶସ୍ତା ସାମଗ୍ରୀ ବ୍ୟବହାର କରି ସେ ଫେସ ସିଲ୍ଡ 'ଷ୍ଟପଡ୍ରପ୍' ବିକଶିତ କରିଛନ୍ତି । ସଙ୍କୁଚିତ ପଲିଷ୍ଟର, ଶସ୍ତା ଷ୍ଟ୍ରାପ ଓ ଭିଜର ବ୍ୟବହାର କରି ସେ ଏହି ଫେସ ସିଲ୍ଡ ତିଆରି କରିଛନ୍ତି । ସେ ଯେଉଁ ମେଡିକାଲରେ ନିୟୋଜିତ ଅଛନ୍ତି ସେଠାରେ ସେ 300ଟି ଫେସ ସିଲ୍ଡ ବିକ୍ରି କରିଥିଲେ । ପରେ ତାଙ୍କୁ 2000 ଅର୍ଡର ଆସିଛି । ସାଧାରଣତଃ ଅନଲାଇନ ଖୁଚୁରା ପ୍ଲାଟଫର୍ମରେ ଏହା 250 ରୁ 499 ଟଙ୍କାରେ ବିକ୍ରି ହେଉଛି । ଫଳରେ ଡାକ୍ତରଙ୍କ ଏହି କାର୍ଯ୍ୟ ପାଇଁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details