ଓଡିଶା

odisha

ମା'ଙ୍କୁ ଅଦା ପାଣି ପିଆଇଲେ, ବୟସ୍କଙ୍କୁ ଦେବାପାଇଁ ନିବେଦନ କଲେ ସିଏମ

ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସରକାର 1 କୋଟି ଟଙ୍କା ଖର୍ଚ୍ଚ କରିବେ । ଅଧିକ ପଢନ୍ତୁ...

By

Published : Jul 6, 2020, 6:42 PM IST

Published : Jul 6, 2020, 6:42 PM IST

ମା'ଙ୍କୁ ଅଦା ପାଣି ପିଆଇ ବା ସହ ଲୋକଙ୍କୁ ଏହା ସେବନ କରିବାକୁ ଅପିଲ କଲେ ତ୍ରିପୁରା ସିଏମ
ମା'ଙ୍କୁ ଅଦା ପାଣି ପିଆଇ ବା ସହ ଲୋକଙ୍କୁ ଏହା ସେବନ କରିବାକୁ ଅପିଲ କଲେ ତ୍ରିପୁରା ସିଏମ

ଅଗରତାଲା: ତ୍ରିପୁରାରେ କୋରୋନା ଭାଇରସକୁ ରୋକିବା ପାଇଁ ରବିବାର 24 ଘଣ୍ଟିଆ ସମ୍ପୂର୍ଣ୍ଣ ଲକଡାଉନ ପରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ତାଙ୍କ ମା’ଙ୍କୁ ଅଦା ପାଣି ପିଉଥିବାର ନଜର ଆସିଛନ୍ତି। ସେ କହିଛନ୍ତି ଯେ ଅଦା ପାଣି କୋଭିଡ-19 ପରି ଭାଇରସ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ।

ମା'ଙ୍କୁ ଅଦା ପାଣି ପିଆଇ ବା ସହ ଲୋକଙ୍କୁ ଏହା ସେବନ କରିବାକୁ ଅପିଲ କଲେ ତ୍ରିପୁରା ସିଏମ

ବିପ୍ଲବ କୁମାର ଦେବ ଏକ ଟ୍ବିଟ କରି ଲେଖିଛନ୍ତି ଯେ, 'ମୁଁ ଲୋକମାନଙ୍କୁ ଯେପରି ନିବେଦନ କରିଥିଲି, ସେହିପରି ଆଜି(ସୋମବାର) ସକାଳେ ମୋ ମା’ଙ୍କୁ ଅଦା ପାଣି ପିଆଇଥିଲି। ମୁଁ ଆଶା କରୁଛି ଆପଣ ମାନେ ମଧ୍ୟ ଘରେ ଆପଣଙ୍କ ମା', ବାପା ଏବଂ ଗୁରୁଜନ ମାନଙ୍କର ଯତ୍ନ ନେବେ। ଯଦି ଏପର୍ଯ୍ୟନ୍ତ ଆପଣ ଏହି ପାଣି ସେମାନଙ୍କୁ ଦେଇ ନାହାନ୍ତି ତେବେ ଏବେ ହିଁ ଦିଅନ୍ତୁ, ଏହା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ସହ କୋରୋନା ଭଳି ମହାମାରୀ ଠାରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସାହାଯ୍ୟ କରିବ। ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ପରିବାରରେ ଥିବା ଗୁରୁଜନ ମାନଙ୍କର ଯତ୍ନ ନିଅନ୍ତୁ''।

ତ୍ରିପୁରା ସରକାର ଶନିବାର ଅଗରତାଲାର ସହରାଞ୍ଚଳର ଲୋକଙ୍କ ମଧ୍ୟରେ ଭିଟାମିନ-ସି ସମୃଦ୍ଧ ସପୁରୀ ଏବଂ ଲେମ୍ବୁ ରସ ମାଗଣାରେ ବଣ୍ଟନ କରିବା ଆରମ୍ଭ କରିଛନ୍ତି । ଯାହା ଦ୍ବାରା ସେମାନଙ୍କ ଭିତରେ କୋଭିଡ-19 ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ପାରିବେ। ଏକ ମାସ ଚାଲିବାକୁ ଥିବା କୋରୋନା ପ୍ରତିରୋଧ ଅଭିଯାନର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ରବିବାର ତ୍ରିପୁରାକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଥିଲେ ।

ରାଜ୍ୟରେ କୋରୋନା ସଂକ୍ରମଣ ମାମଲା 1568କୁ ବୃଦ୍ଧି ପାଇଛି। ବର୍ତ୍ତମାନ 365 ଟି ସକ୍ରିୟ ମାମଲା ରହିଛି । ଦେବ କହିଛନ୍ତି ଯେ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକ ନିଜ ରାଜ୍ୟକୁ ଫେରିଛନ୍ତି ଏବଂ ସେମାନଙ୍କ ଆଗମନ ହେତୁ କୋରୋନା ମାମଲା ବୃଦ୍ଧି ପାଇଛି। ସେ ଅଦା ଏବଂ ତୁଳସୀ ପତ୍ରର କାଢା ନିଜେ ପିଇବା ସହ ଘରେ ଥିବା ବୟସ୍କ ମାନଙ୍କୁ ପିଆଇବାକୁ ସେ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଦେବଙ୍କ ନିକଟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମଧ୍ୟ ରହିଛି। ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସରକାର 1 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି।

ABOUT THE AUTHOR

...view details