ଓଡିଶା

odisha

By

Published : Aug 19, 2019, 3:57 PM IST

ETV Bharat / bharat

ଜନ୍ମ ହେଲା କନ୍ୟାରତ୍ନ, ସ୍ବାମୀ ଦେଲା ତିନି ତଲାକ୍‌

ମହିଳା ଜଣକ ଶିଶୁକନ୍ୟାକୁ ଜନ୍ମ ଦେବାରୁ ସ୍ବାମୀ ତାଙ୍କୁ ତିନି ତଲାକ୍‌ ଦେଇଥିବା ଖବର ସାମ୍ନାକୁ ଆସିଛି ।  ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଗାଜିଆବାଦର ନିଓ୍ବାଡି ଥାନା ଅଞ୍ଚଳରେ ତିନି ତଲାକ୍‌ର ମାମଲା ସାମ୍ନାକୁ ଆସିଛି । ନିଓ୍ବାଡି ଥାନାର ସୁହାନା ଗାଁର ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେବାରୁ ସ୍ବାମୀ ତାଙ୍କୁ ତିନି ତଲାକ୍‌ ଦେଇଛି । ତେବେ ଏହି ସମ୍ବନ୍ଧରେ ମହିଳା ଜଣକ ଥାନାରେ ଏତଲା ଦାୟର କରିଛନ୍ତି । ଅଭିଯୋଗକୁ ଆଧାର କରି ଅଭିଯୁକ୍ତକୁ ପୋଲିସ ହେପାଜତରେ ରଖିଛି ।

ସୂଚନାମୁତାବକ, ସୁହାନାଗାଁର ଜଣେ ଯୁବତୀଙ୍କ ବାହାଘର ଦେହାତ ଗାଁର ଇମରାନ ନାମକ ଯୁବକଙ୍କ ସହ 2018 ମସିହା ସେପ୍ଟେମ୍ବର1ରେ ହୋଇଥିଲା । ଦେଢ ମାସ ପୂର୍ବରୁ ସେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହାପରେ ଶାଶୁଘର ଲୋକ ତାଙ୍କ ସହ ମାର୍‌ପିଟ ସହ ନିର୍ଯାତନା ଦେଉଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।


ଗତ ଶନିବାର ଦିନ ଇମରାନ ତାଙ୍କୁ 3ଥର ତଲାକ କହି ତିନି ତଲାକ୍‌ ଦେଇଛନ୍ତି । ସୂଚନାମୁତାବକ, 3 ତଲାକ୍‌ ବିଲ୍‌ ପାସ୍‌ ହେବାପରେ ଗାଜିଆବାଦରେ ଏହା 2ୟ ଘଟଣା ।

ABOUT THE AUTHOR

...view details