ଓଡିଶା

odisha

ତିନି ତଲାକ ବିଲକୁ ନେଇ ସଂସଦରେ ହଙ୍ଗାମା

By

Published : Jun 21, 2019, 4:39 PM IST

Updated : Jun 21, 2019, 4:49 PM IST

ଶୁକ୍ରବାର ଲୋକସଭାରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ତିନି ତଲାକ ବିଲ । ଏହା ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସଦନରେ ହଙ୍ଗାମା ଆରମ୍ଭ କରିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଶୁକ୍ରବାର ଲୋକସଭାରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ତିନି ତଲାକ ବିଲ । 17ତମ ଲୋକସଭାର ପ୍ରଥମ ବିଧେୟକ ଭାବେ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲକୁ ଆଗତ କରିଛନ୍ତି । ସେପଟେ ବିଲ ଆଗତ ହେବାମାତ୍ରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସଦନରେ ହଙ୍ଗାମା ଆରମ୍ଭ କରିଛନ୍ତି । ତିନି ତଲାକ ବିଲ ସମ୍ବିଧାନ ବିରୋଧୀ ଏବଂ ଏହା ଧାରା 14 ଏବଂ 15ର ଉଲ୍ଲଙ୍ଘନ କରୁଛି ବୋଲି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀ କହିଛନ୍ତି ।

ମୋଦି ସରକାରଙ୍କ ମୁସଲିମ ମହିଳାଙ୍କ ପ୍ରତି ଦରଦ ଅଛି, କିନ୍ତୁ ହିନ୍ଦୁ ମହିଳାଙ୍କ ପ୍ରତି ନାହିଁ । ତିନି ତଲାକ ବିଲକୁ ପାରିତ କରିବା ପାଇଁ ମୋଦି ସରକାର ଏତେ ପ୍ରୟାସ କରୁଛନ୍ତି । ହେଲେ ସାବରୀମାଳା ପ୍ରତି ତାଙ୍କ ଦୃଷ୍ଟିକୋଣ କାହିଁକି ବଦଳିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଓୱେସୀ ।

ଏହା ସହିତ ସେ କହିଛନ୍ତି, ବିଧେୟକ ଲାଗୁ କରିବା ଅର୍ଥାତ ମୁସଲିମ ମହିଳାଙ୍କ ଉପରେ ବୋଝ ଲଦିଦେବା । କାରଣ ଏହାଦ୍ବାରା ମୁସଲିମ୍‌ ପୁରୁଷଙ୍କୁ 3 ବର୍ଷର ଜେଲ ଦଣ୍ଡ ମିଳିବ । ଏହି ପରିପେକ୍ଷୀରେ ସେମାନଙ୍କ ଭରଣପୋଷଣ କିଏ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ଏହାକୁ ବିରୋଧ କରିଛନ୍ତି । ଏଥିରେ ରହିଥିବା ଅନେକ ବିଷୟ ସମ୍ବିଧାନ ବିରୋଧୀ । ଏଥିରେ ରାଜନୈତିକ ଏବଂ ଅପରାଧିକ ନିୟମକୁ ମିଶ୍ରଣ କରାଯାଇଛି ବୋଲି ସେ କହିଛନ୍ତି ।

Last Updated : Jun 21, 2019, 4:49 PM IST

ABOUT THE AUTHOR

...view details