ଲକ୍ଷ୍ନୌ: ଟ୍ରିପଲ ତଲାକ ବିଷୟରେ ଚର୍ଚ୍ଚା ଯେବେ ବି ଉଠିଛି, କିଛିନା କିଛି ବିବାଦ ନିଶ୍ଚିତ ସାମ୍ନାକୁ ଆସିଛି । ଗୋଟିଏ ପକ୍ଷ ଏହାର ସମର୍ଥନ କରୁଥିବା ବେଳେ ଅନ୍ୟପକ୍ଷ ଏହାକୁ ବିରୋଧ କରୁଛନ୍ତି । ବାଦବିବାଦ ମଧ୍ୟ ଦେଇ ଗତି କରୁଥିବା ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ଘଟଣାକ୍ରମକୁ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ନିଜ ପାଠ୍ୟକ୍ରମରେ ସ୍ଥାନ ଦେଇଛି ।
ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରେ ପଢାଯିବ ଟ୍ରିପଲ ତଲାକ - ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ
ଟ୍ରିପଲ ତଲାକ ବିଷୟକୁ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ ସାମାଜିକ ବିଜ୍ଞାନ ବିଭାଗ ପାଠ୍ୟକ୍ରମରେ ସ୍ଥାନ ମିଳିଛି । ଟ୍ରିପଲ ତଲାକର ସାମିଜିକ କୁପ୍ରଥା ତଥା ଏ ନେଇ ଥିବା ଆଇନ ବିଷୟରେ ମଧ୍ୟ ପଢାଯିବ ।
ଡିଜାଇନ ଫଟୋ
ଟ୍ରିପଲ ତଲାକ ଭଳି ବ୍ୟବସ୍ଥା ଦ୍ବରା ସମାଜ ଉପରେ କି ପ୍ରଭାବ ପଡୁଛି ଓ ଏହାକୁ ନେଇ ଲେକଙ୍କ ମଧ୍ୟରେ କଣ ଧାରଣା ରହିଛି ଏସବୁ ବିଷୟ ଜାଣିବା ପାଇଁ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଚଳିତ ବର୍ଷଠାରୁ ଟ୍ରିପଲ ତଲାକ ବିଷୟ ପଢାଯିବ ।
ଟ୍ରିପଲ ତଲାକ ବିଷୟରେ ଛାତ୍ରଛାତ୍ରୀ ଜାଣିବା ଦରକାର ବୋଲି ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ ସାମାଜିକ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ବି. ଆର. ସାହୁ କହିଛନ୍ତି । ଟ୍ରିପଲ ତଲାକର ସାମାଜିକ କୁପ୍ରଥା ଓ ସମାଜରେ ବ୍ୟବସ୍ଥା ତଥା ଏନେଇ ଥିବା ଆଇନ ବିଷୟରେ ମଧ୍ୟ ପଢାଯିବ ।
Last Updated : Jul 3, 2019, 11:51 AM IST