ଓଡିଶା

odisha

ETV Bharat / bharat

ଟ୍ରିପଲ ମର୍ଡର ମାମଲା: ଗୋପାଲଗଞ୍ଜ ଯିବା ପାଇଁ ତେଜସ୍ବୀଙ୍କୁ ବାରଣ କଲା ପୋଲିସ

ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ପାଟନା ବାସଭବନ ବାହାରେ ହାଇ ଡ୍ରାମା । ଗୋପାଳଗଞ୍ଜ ଟ୍ରିପଲ ହତ୍ୟା ମାମଲାରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଗୋପାଲଗଞ୍ଜ ଯିବା ପାଇଁ ବାରଣ କଲା ପୋଲିସ । ଲକଡାଉନ ନିୟମ ଉଲ୍ଲଙ୍ଘନ ମାମଲାରେ ତେଜସ୍ବୀଙ୍କୁ ଅଟକାଇଲା ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : May 29, 2020, 11:13 PM IST

ଗୋପାଲଗଞ୍ଜ ଯିବା ପାଇଁ ତେଜସ୍ବୀଙ୍କୁ ବାରଣ କଲା ପୋଲିସ
ଗୋପାଲଗଞ୍ଜ ଯିବା ପାଇଁ ତେଜସ୍ବୀଙ୍କୁ ବାରଣ କଲା ପୋଲିସ

ପାଟନା: ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ପାଟନା ବାସଭବନ ବାହାରେ ହାଇ ଡ୍ରାମା । ଗୋପାଳଗଞ୍ଜ ଟ୍ରିପଲ ହତ୍ୟା ମାମଲାରେ ଆରଜେଡି ନେତା ଘରୁ ବାହାରକୁ ଆସିବା ପରେ ଶୁକ୍ରବାର ସକାଳେ ଏହି ଦୃଶ୍ୟ ଦେଇଖିବାକୁ ମିଳିଛି । ତେଜସ୍ବୀଙ୍କ ବାସଭବନ ବାହାରେ ତାଙ୍କ ସମର୍ଥଙ୍କ ଭିଡ ଜମା ହୋଇଥିବା ଦେଖି ପାଟନା ପୋଲିସ ଲକଡାଉନ ନିୟମ ଉଲ୍ଲଙ୍ଘନ ମାମଲାରେ ଆରଜେଡି ନେତାଙ୍କୁ ଅଟକାଇଥିଲା ।

ତେବେ ତେଜସ୍ବୀ ଘରୁ ବାହାରି ନିଜ ଗାଡିରେ ବସିବାକୁ ଯାଇ କହିଲେ ‘ମୋ ବିରୋଧରେ କୌଣସି ଗୃହ ଗିରଫ ଆଦେଶ ନାହିଁ । ଅପରାଧୀଙ୍କୁ ମୁକ୍ତ ଭାବରେ ବୁଲିବାକୁ ଅନୁମତି ଦିଆଯାଇଥିବାବେଳେ ଲକଡାଉନ୍ କେବଳ ବିଧାୟକଙ୍କ ପାଇଁ କରାଯାଇଛି ।’

ସେପଟେ ସରକାରଙ୍କ ବିରୋଧରେ ତାଙ୍କ ସମର୍ଥକମାନେ ସ୍ଲୋଗାନ ଦେଇଚାଲିଥିଲେ ଏବଂ ଭିଡ଼ ମଧ୍ୟ କରୁଥିଲେ । କୋରୋନାକୁ ଦୃଷ୍ଟରେ ରଖି ରାପିଡ୍ ଆକ୍ସନ୍ ଫୋର୍ସ ଯାଦବଙ୍କ ଘର ବାହାରେ ନିୟୋଜିତ ଥିଲା । ଟ୍ରିପଲ ମଡର ମାମଲାରେ ତେଜସ୍ବୀ ଯାଦବ ଗୋପାଲଗଞ୍ଜ ଯିବା ଘଟଣା ଗୁରୁବାର ସମ୍ମାକୁ ଆସିବା ପରେ ବିହାର ପୋଲିସ ଦ୍ବାରା କଠୋର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ସେପେଟେ ଆରଜେଡିର ନେତାଙ୍କ କହିବା କଥା ହେଲା ତେଜସ୍ବୀ ଯାଦବ ମଙ୍ଗଳବାର ବିହାର ସରକାରଙ୍କ ପାଇଁ ଶୁଟିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଟଣାରୁ ଗୋପାଲଗଞ୍ଜ ଯିବା ପାଇଁ ଦୁଇ ଦିନିଆ ସମୟ ଧାର୍ଯ୍ୟ କରିଥିଲେ । ହେଲେ ପୋଲିସ ଆରଜେଡି ନେତାଙ୍କୁ ଗୋପାଳଗଞ୍ଜ ଯିବାକୁ ଅମୁମତି ଦେଉନାହିଁ । ଏନେଇ ଆରଜେଡିର ସମର୍ଥକ ତେଜସ୍ବୀଙ୍କ ବାସଭବନ ସମ୍ମୁଖରେ ହାଇଡ୍ରାମା ସୃଷ୍ଟି କରିଛନ୍ତି । ସୂଚନା ଥାଉକି ଗୋପାଲଗଞ୍ଜରେ ହତ୍ୟାକାଣ୍ଡରେ ତିନି ଜଣଙ୍କ ଉପରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନିଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏଥିରେ ଜଣେ ଆରଜେଡି କର୍ମୀ ଆହତ ହୋଇଛନ୍ତି । ଏହା ପଛରେ ଜେଡିୟୁର ହାତ ରହିଛି ବୋଲି ଆରଜେଡି ଅଭିଯୋଗ କରୁଛି । ଏହି ଅଭିଯୋଗରେ ଆରଜେଡି ନେତା ଜେଡିୟୁ ବିଧାୟକ ଅମରେନ୍ଦ୍ର କୁମାର ପାଣ୍ଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

ABOUT THE AUTHOR

...view details