ଓଡିଶା

odisha

ETV Bharat / bharat

ଏବର୍ଷ ସ୍ବାଧିନତା ଦିବସରେ ଲାଲକିଲ୍ଲାରେ ସମ୍ବୋଧିତ ହେବେ ‘କୋରୋନା ଯୋଦ୍ଧା’ - Red Fort

କୋଭିଡ-19 ମହାମାରୀ ବର୍ଷର ସବୁଠାରୁ ବଡ ସଙ୍କଟ । ଏହା ଅର୍ଥନୀତି, କୋଟି କୋଟି ଶିଳ୍ପ ଓ ବ୍ୟବସାୟକୁ ପ୍ରଭାବିତ କରିଛି। ଏହି ସଙ୍କଟ ମଧ୍ୟରେ ଚଳିତ ବର୍ଷର ସ୍ବାଧୀନତା ଦିବସ ପାଳନ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ଲାଲକିଲ୍ଲାରେ ସମ୍ବୋଧିତ ହେବେ ‘କୋରୋନା ଯୋଦ୍ଧା’
ଲାଲକିଲ୍ଲାରେ ସମ୍ବୋଧିତ ହେବେ ‘କୋରୋନା ଯୋଦ୍ଧା’

By

Published : Jul 30, 2020, 3:48 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ବର୍ଷର ସବୁଠାରୁ ବଡ ସଙ୍କଟ । ଏହା ଅର୍ଥନୀତି, କୋଟି କୋଟି ଶିଳ୍ପ ଓ ବ୍ୟବସାୟକୁ ପ୍ରଭାବିତ କରିଛି। ଏହି ସଙ୍କଟ ମଧ୍ୟରେ ଚଳିତ ବର୍ଷର ସ୍ବାଧୀନତା ଦିବସ ପାଳନ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଚଳିତ ବର୍ଷ ଲାଲକିଲ୍ଲାରେ ସ୍ବାଧିନତା ଦିବସ ପ୍ରତିବର୍ଷ ଭଳି ସମାନ ହେବନି ।

ସରକାର ଚଳିତ ବର୍ଷର ଉତ୍ସବରେ ଅନେକ ସଂଶୋଧନ କରିଛନ୍ତି ଓ କୋଭିଡ-19 ମହାମାରୀରେ ନିରାକରଣ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରିବାକୁ ଯୋଜନା କରିଛନ୍ତି। ଏହି ବର୍ଷ ସମାରୋହରେ ଯୋଗ ଦେଉଥିବା ଅତିଥିଙ୍କ ସଂଖ୍ୟା ସୀମିତ ଥିବାବେଳେ ପ୍ରତିବର୍ଷ ସ୍ବାଧୀନତା ଦିବସ ପାଳନ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଥିବା ଶିଶୁ ଏଥିର ଅନୁପସ୍ଥିତ ରହିବେ ।

ଲାଲକିଲ୍ଲାରେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେ, ଜଳ ବୋର୍ଡ, ମ୍ୟୁନିସିପାଲିଟି କର୍ପୋରେସନ୍, ପବ୍ଲିକ୍ ୱାର୍କସ ବିଭାଗ (ପିଡବ୍ଲ୍ୟୁଡି), ଦିଲ୍ଲୀ ପୋଲିସ ସମେତ ଅନେକ ଏଜେନ୍ସି ଜଡିତ ଅଛନ୍ତି। କାର୍ଯ୍ୟକ୍ରମର ଆୟୋଜନ କରିବା ସମୟରେ ସାମାଜିକ ଦୂରତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗ ହେବ । ଅତିଥିମାନଙ୍କ ପାଇଁ ବସିବା ବ୍ୟବସ୍ଥା କରିବାବେଳେ ସର୍ବନିମ୍ନ 6 ଫୁଟର ଦୂରତା ରଖାଯିବ ।

ପତାକା ଉତ୍ତୋଳନ ସ୍ଥାନରେ ଅତିଥି ବସିବେ ନାହିଁ । ସୀମିତ ସଂଖ୍ୟାରେ ବସିବାର ବ୍ୟବସ୍ଥା କରାଯିବ । ଏହାସହ ‘କୋରୋନା ଯୋଦ୍ଧା’ଙ୍କୁ ଲାଲକିଲ୍ଲାରେ ସମ୍ବୋଧନ କରାଯିବାର ସମ୍ଭାବନା ରହିଛି । ଏମାନଙ୍କ ମଧ୍ୟରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ ଆଦି ଉପସ୍ଥିତ ରହିବେ । ଏହାସହ ଏଲଇଡି ସ୍କ୍ରିନ ମାଧ୍ୟମରେ ଅତିଥି ସମାରୋହ ଦେଖିପାରିବେ ।

ଚଳିତ ବର୍ଷ ସଶସ୍ତ୍ର ବାହିନୀ ଓ ଦିଲ୍ଲୀ ପୋଲିସ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗାର୍ଡ ଅଫ୍ ଅନର ଉପସ୍ଥାପନା କରିବେ । ଜାତୀୟ ପତାକା ଉତ୍ତୋଳନ, 21 ବନ୍ଧୁକ ଅଭିବାଦନ, ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଜାତୀୟ ସଂଗୀତ ଗାନ ଓ ଶେଷରେ ଟ୍ରାଇକଲର୍ ବେଲୁନ୍ ମୁକ୍ତ କରାଯିବ । ଏହାପରେ ରାଷ୍ଟ୍ରପତି ଭବନରେ ରିସେପସନ୍ ଅନୁଷ୍ଠିତ ହେବ ।

ABOUT THE AUTHOR

...view details