ଓଡିଶା

odisha

ETV Bharat / bharat

ତୀରନ୍ଦାଜଙ୍କ ପାଇଁ ପରିଚିତ ଆଦିବାସୀ ବହୁଳ ବିଲଡି ଗାଁ - ଜୟନ୍ତୀଲାଲ ନନୋମା

ହାତରେ ଧୁନତୀର ଆଉ ଆଖି ଲକ୍ଷ୍ୟ ଉପରେ । ଆଦିବାସୀ ବହୁଳ ଡୁଙ୍ଗରପୁର ଜିଲ୍ଲାର ବିଲଡି ଗାଁ ଧନୁର୍ଦ୍ଧାରୀଙ୍କ ପାଇଁ ପରିଚିତ । ଗାଁରେ ଜଣେ ଜଣେ ଅର୍ନ୍ତଜାତୀୟ 30 ଜଣ ଜାତୀୟ ଏବଂ 20ରୁ ଅଧିକ ରାଜ୍ୟସ୍ତରୀୟ ଧନୁର୍ଦ୍ଧାରୀ ଅଛନ୍ତି । ଅଧିକ ପଢନ୍ତୁୁ...

ତୀରନ୍ଦାଜଙ୍କ ପାଇଁ ପରିଚିତ ଆଦିବାସୀ ବହୁଳ ବିଲଡି ଗାଁ
ତୀରନ୍ଦାଜଙ୍କ ପାଇଁ ପରିଚିତ ଆଦିବାସୀ ବହୁଳ ବିଲଡି ଗାଁ

By

Published : Oct 2, 2020, 12:39 PM IST

ଡୁଙ୍ଗରପୁର: ହାତରେ ଧନୁତୀର, ଆଉ ଆଖି ଲକ୍ଷ୍ୟ ଉପରେ... ଆଦିବାସୀ ବହୁଳ ଡୁଙ୍ଗରପୁର ଜିଲ୍ଲାର ବିଲଡି ଗାଁ...ଧନୁର୍ଦ୍ଧାରୀଙ୍କ ପାଇଁ ପରିଚିତ । ଗାଁରେ ଜଣେ ଅନ୍ତର୍ଜାତୀୟ, 30 ଜଣ ଜାତୀୟ ଏବଂ 20ରୁ ଅଧିକ ରାଜ୍ୟସ୍ତରୀୟ ଧନୁର୍ଦ୍ଧାରୀ ଅଛନ୍ତି । କେବଳ ପୁଅ ନୁହଁନ୍ତି, ଗାଁର ଝିଅମାନେ ବି ଧନୁବିଦ୍ୟାରେ ପାରଙ୍ଗମ । କିଛି ପରିବାରରେ ତ ଭାଇଭଉଣୀ ସମସ୍ତେ ଧୁରନ୍ଧର ଧନୁର୍ଦ୍ଧାରୀ । ମନୀଷା ନନୋମାଙ୍କ ସହ ତାଙ୍କର 2 ଭାଇ ବିନୋଦ ଏବଂ ପଙ୍କଜ ମଧ୍ୟ ଜାତୀୟସ୍ତରୀୟ ଧନୁର୍ଦ୍ଧାରୀ । 1997ରେ ଗାଁର କାନ୍ତା କଟାରା ରାଷ୍ଟ୍ରୀୟ ସ୍ତରରେ ସ୍ବର୍ଣ୍ଣପଦକ ଜିତିଥିଲେ, ଆଉ ଅଭିଷେକ ନନୋମା ଜିତିଥିଲେ 4ଟି ସ୍ୱର୍ଣ୍ଣ । ମନୀଷା ନନୋମା ରାଷ୍ଟ୍ରୀୟ ସ୍ତରରେ 4ଟି ଓ ରାଜ୍ୟ ସ୍ତରରେ 4ଟି ସ୍ୱର୍ଣ୍ଣ ଜିତିଛନ୍ତି । ଏହାଛଡା ଅନେକ ଖେଳାଳି ଜାତୀୟ ତଥା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ବି ପଦକ ଜିତିଛନ୍ତି ।

ତୀରନ୍ଦାଜଙ୍କ ପାଇଁ ପରିଚିତ ଆଦିବାସୀ ବହୁଳ ବିଲଡି ଗାଁ

ଏହି ଖେଳାଳିମାନେ ନିଜ ଗାଁରୁ 5 କିମି ଦୂରରେ ଅବସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ କିମ୍ବା ଗାଁ ବିଲରେ ତୀରନ୍ଦାଜୀ ପ୍ରାକ୍ଟିସ କରନ୍ତି । ଏମାନଙ୍କୁ ଅନ୍ତର୍ଜାତୀୟ ଧନୁର୍ଦ୍ଧର ତଥା 3 ଥର ଭାରତୀୟ ତୀରନ୍ଦାଜ ଟିମରେ କୋଚ୍ ଥିବା ଜୟନ୍ତୀଲାଲ ନନୋମା ପ୍ରଶିକ୍ଷଣ ଦେଇଥିଲେ । ଚଳିତ ବର୍ଷ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । 1995ରେ ତୀରନ୍ଦାଜୀ ଆରମ୍ଭ କରିଥିଲେ ଜୟନ୍ତୀ ଲାଲ । 2006ରେ ସେ ଦେଶ ପାଇଁ ଜିତିଥିଲେ ପ୍ରଥମ ପଦକ । ଏହା ପରେ ମଧ୍ୟ ସେ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜୟ ହାସଲ କରି ଦେଶକୁ ଗର୍ବିତ କରିଥିଲେ । ଜଣେ କ୍ରୀଡ଼ା ଅଧିକାରୀ ଭାବେ ତୀରନ୍ଦାଜରେ ତାଙ୍କ ଅବଦାନ ଅତୁଳନୀୟ ।

କମ ଦାମରେ ଧନୁ କିଣିଥିବା ଏହି ଖେଳାଳୀ କୁହନ୍ତି, ଟିକେ ଦାମିକା ଧନୁ ମିଳିଲେ ସଭିଏଁ ନିଜ କମାଲ ଦେଖାନ୍ତେ । ତେବେ ଜୟନ୍ତୀଲାଲ ଖୋଦ୍ ଉଧାରରେ କିଣି ଥିବା ଧନୁରେ 2006ରେ ବିଶ୍ୱ ଚାମ୍ପିଅନସିପରେ ଅବିଶ୍ବସନୀୟ ପ୍ରଦର୍ଶନ କରିଥିଲେ । ସେ 4ଟି ଏସୀୟ ଗ୍ରାଣ୍ଡ ପିକ୍ସ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅନ୍ତର୍ଜାତୀୟ ସ୍ତରେ 10ରୁ ଅଧିକ ଓ ଜାତୀୟ ସ୍ତରେ 30ରୁ ଅଧିକ ପଦକ ଜିତିଛନ୍ତି । ସେ କୁହନ୍ତି ଯେ ତୀରନ୍ଦାଜ ହେଉଛି ଏମାନଙ୍କ ପ୍ୟାସନ୍ । ଖେଳାଳିଙ୍କ ମଧ୍ୟରେ ଉତ୍ସାହ ରହିଛି । କେବଳ ଆବଶ୍ୟକ ଅଛି ଗୋଟିଏ ଏକାଡେମୀ, ଯାହା ଏମାନଙ୍କ ସ୍ବପ୍ନକୁ ଏକ ନୂଆ ମୋଡ ଦେବ ।

ଖେଳାଳିମାନେ ଜିତୁଥିବା ପ୍ରତ୍ୟେକ ଟାଇଟଲ ସେମାନଙ୍କ ଚେହେରାର ଚମକ ବଢାଇବା ସହ ନୂଆ ରାସ୍ତା ଦେଖାଏ । ତୀରନ୍ଦାଜ ପାଇଁ ଜୟନ୍ତୀ ଲାଲ ନାନୋମାଙ୍କ ଅବଦାନ ତାଙ୍କ ସଫଳତାଠାରୁ ବହୁତ ଅଧିକ । କିନ୍ତୁ ତାଙ୍କର ଏହି ସଫଳତା ଉପରେ ମଧ୍ୟ କିଛି ଭିନ୍ନ ଚିନ୍ତା ଥିଲା, ସେ ଦେଶ ପାଇଁ ଯୋଗ୍ୟ ଧନୁର୍ଦ୍ଧର ବୀରଙ୍କ ଏକ ସେନା ପ୍ରସ୍ତୁତ କରିବାକୁ ଚାହୁଁଥିଲେ । ଏଥିରେ ସେ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଥିଲେ, କିନ୍ତୁ ତାଙ୍କର ଅକାଳ ମୃତ୍ୟୁ ଏକ ବିରାଟ ବ୍ୟବଧାନ ସୃଷ୍ଟି କରିଛି । ଯାହା କିଛି ବର୍ଷ ପର୍ଯ୍ୟନ୍ତ ପୂରଣ କରିବା ସମ୍ଭବ ନୁହେଁ । ଏବେ ତାଙ୍କ ସ୍ବପ୍ନ ପୂରା କରିବାକୁ ଲାଗିପଡିଛନ୍ତି ସମସ୍ତ ଧୁରନ୍ଧର, ଯାହାଙ୍କୁ ସେ ନିଜେ ଧନୁ ବିଦ୍ୟା ଶିଖାଇଥିଲେ । ଆଉ ଏହା ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details