ଲକ୍ଷ୍ନୌ: ଆସନ୍ତା ମାସରୁ ଚାଲିବ ଆଧୁନିକ ସୁବିଧାରେ ଭରି ରହିଥିବା ଦେଶର ପ୍ରଥମ ବେସରକାରୀ ତଥା କର୍ପୋରେଟ ସେକ୍ଟର ଟ୍ରେନ ତେଜସ । ଶୁକ୍ରବାର ସକାଳ 6.50ରେ ଏହି ଟ୍ରେନର ଲକ୍ଷ୍ନୌ-ଗୋରଖପୁର ମଧ୍ୟରେ ଟ୍ରାଏଲ ରନିଂ କରାଯାଇଛି ।
ଅକ୍ଟୋବର 4ରୁ ଟ୍ରାକରେ ଦଉଡିବ ତେଜସ - trial run of tejas
ଶୁକ୍ରବାର ସକାଳ 6.50ରେ ଲକ୍ଷ୍ନୌ-ଗୋରଖପୁର ମଧ୍ୟରେ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ ତେଜସର ଟ୍ରାଏଲ ରନିଂ କରାଯାଇଛି। ଅକ୍ଟୋବର 4ରୁ ପ୍ରଥମ ଥର ପାଇଁ ତେଜସ ଲକ୍ଷ୍ନୌରୁ ଦିଲ୍ଲୀ ଯିବ ।
![ଅକ୍ଟୋବର 4ରୁ ଟ୍ରାକରେ ଦଉଡିବ ତେଜସ](https://etvbharatimages.akamaized.net/etvbharat/prod-images/768-512-4496453-thumbnail-3x2-tejas.jpg)
ଡିଜାଇନ ଫଟୋ
ଆଧୁନିକ ଭାବେ ତେଜସକୁ ପ୍ରସ୍ତୁତ କରାଯାଇଛି। ଆଇଆରସିଟିସି ଦ୍ବାରା ଦେଶର ପ୍ରଥମ ଥର ଏଭଳି ଟ୍ରେନକୁ ଚଳାଇବାର ଦାୟିତ୍ବ ମିଳିଛି । 290 କିଲୋମିଟରର ଏହି ଟ୍ରାଏଲ ରନିଂରେ ଟ୍ରେନରେ ଥିବା ତ୍ରୃଟିକୁ ଯାଞ୍ଚ କରାଯିବ। ଏ ସମୟରେ ଟ୍ରେନର ଗତିବିଧିକୁ ଯାଞ୍ଚ କରିବକୁ ଆଇଆରସିଟିସି ଓ ଟ୍ରେନର ଟେକ୍ନିକାଲ ଷ୍ଟାଫ ଟ୍ରେନ ମଧ୍ୟର ଉପସ୍ଥିତ ରହିବେ। ଅକ୍ଟୋବର 4ରୁ ପ୍ରଥମଥର ତେଜସ ଟ୍ରେନ ଲକ୍ଷ୍ନୌରୁ ଦିଲ୍ଲୀ ଯିବ।