ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀର ଏକ ତ୍ରି-ସେବା କଣ୍ଟିଜେଣ୍ଟ ଶୁକ୍ରବାର ଦିନ ମସ୍କୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦ୍ବିତୀୟ ବିଶ୍ୱଯୁଦ୍ଧରେ ରୁଷିଆ ବିଜୟର 75 ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଜୁନ୍ 24 ରେ ରେଡ ସ୍କୋୟାରରେ ସାମରିକ ପରେଡରେ ଭାଗ ନେବେ । ତିନୋଟି ସଶସ୍ତ୍ର ବାହିନୀର 75 ଜଣ କର୍ମଚାରୀ ମୋସ୍କ ବାହାରିଛନ୍ତି । ରୁଷିଆ ବିଜୟ ଦିବସରେ ସମସ୍ତେ ପରେଡରେ ଭାଗ ନେବେ । ଏବଂ ମହାମାରୀ କୋଭିଡ ମୁକାବିଲାରେ ସେନା ନିଜକୁ ଆହୁରି ସଶକ୍ତ କରିବେ ବୋଲି ଟ୍ବିଟ କରି ପ୍ରତିରକ୍ଷା ମନ୍ତ୍ରଣାଳୟର ପକ୍ଷରୁ କୁହାଯାଇଛି ।
ତ୍ରି-ସେବା କଣ୍ଟିଜେଣ୍ଟ କର୍ଣ୍ଣେଲ-ରାଙ୍କ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଏହି ତିନୋଟି ସେବାରୁ ସମସ୍ତ ପଦବୀରେ 75 ଜଣ କର୍ମଚାରୀ ରହିବେ । ରୁଷିଆର ଟାସ ଅନୁଯାୟୀ, କୋରୋନା ଭାଇରସ ମହାମାରୀ କାରଣରୁ ମେ’ 9ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା ।