ଓଡିଶା

odisha

ETV Bharat / bharat

14 ଦିନରେ କୋରୋନା ରୋଗୀଙ୍କ ବିଲ୍ 17.5 ଲକ୍ଷ ‌ - କୋରୋନା

ସରକାର କୋରୋନା ଚିକିତ୍ସା ପାଇଁ ରାଶି ଧାର୍ଯ୍ୟ କରିଥିବା ସତ୍ବେ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁଯାୟୀ ଲୋକଙ୍କ ଠାରୁ ଟଙ୍କା ଲୁଟି ଚାଲିଛନ୍ତି । ହାଇଦ୍ରାବାଦ ସହରର ଏକ କର୍ପୋରେଟ୍ ହସ୍ପିଟାଲ୍ 14 ଦିନର କୋରୋନା ଚିକିତ୍ସା ପାଇଁ 17.5 ଲକ୍ଷ ଟଙ୍କା ବିଲ୍ କରିଛି ।

ଘରୋଇ ଡାକ୍ତରଖାନାର ଅମାନବିକତା
ଘରୋଇ ଡାକ୍ତରଖାନାର ଅମାନବିକତା

By

Published : Jul 30, 2020, 2:55 PM IST

ହାଇଦ୍ରାବାଦ : କୋରୋନା ପରି ମହାମାରୀ ସମୟରେ ମଧ୍ୟ ଅମାନବିକତାର ସବୁ ସୀମା ଟପିଯାଉଛନ୍ତି କିଛି ଘରୋଇ ଡାକ୍ତରଖାନା । ଚିକିତ୍ସା ନାଁରେ ଏମାନେ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ଲାଗିଛନ୍ତି । ସରକାର କୋରୋନା ଚିକିତ୍ସା ପାଇଁ ରାଶି ଧାର୍ଯ୍ୟ କରିଥିବା ସତ୍ବେ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁଯାୟୀ ଲୋକଙ୍କ ଠାରୁ ଟଙ୍କା ଲୁଟି ଚାଲିଛନ୍ତି । କେବଳ ସେତିକି ନୁହେଁ କିଛି ହସ୍ପିଟାଲ ବିଲ୍‌ ନଦେଲେ ମୃତଦେହ ହସ୍ତାନ୍ତର ନକରିବାକୁ ମଧ୍ୟ ଧମକ ଦେଉଛନ୍ତି । ଏଭଳି ଏକ ଅମାନବିକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ ।

ସୂଚନା ମୁତାବକ, ସହରର ଏକ କର୍ପୋରେଟ୍ ହସ୍ପିଟାଲ୍ 14 ଦିନର କୋରୋନା ଚିକିତ୍ସା ପାଇଁ 17.5 ଲକ୍ଷ ଟଙ୍କା ବିଲ୍ କରିଛି । ଚମ୍ପାପେଟର ଏକ ଦମ୍ପତି ଚଳିତ ମାସର 10 ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେମାନେ ଏକ କର୍ପୋରେଟ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁଇ ଦିନ ପରେ ସେମାନଙ୍କ ଅବସ୍ଥା ଭଲ ଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ ଉଭୟଙ୍କୁ ଘରକୁ ପଠାଇଦେଇଥିଲେ । କିନ୍ତୁ 15 ତାରିଖରେ ସ୍ବାମୀଙ୍କ ସ୍ବାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉକ୍ତ ଡାକ୍ତରଖାନାରେ ପୁଣି ଥରେ ଭର୍ତ୍ତି କରାଯାଇଥିଲା। ପରଦିନ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଗୁରୁତର ହେବାରୁ ତାଙ୍କୁ ବଞ୍ଜାରାହିଲ୍ସର ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଦିନ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ତାଙ୍କ ସ୍ୱାମୀଙ୍କ ମଧ୍ୟ ସେଦିନ ମୃତ୍ୟୁ ଘଟିଥିଲା । ତେବେ ମାତ୍ର 14 ଦିନର ଚିକିତ୍ସା ପାଇଁ ସେମାନଙ୍କ ପରିବାରକୁ 17.5 ଲକ୍ଷ ଟଙ୍କାର ବିଲ୍‌ ଦିଆଯାଇଥିଲା । ତେବେ ପୂର୍ବରୁ 8 ଲକ୍ଷ ଟଙ୍କା ଦିଆଯାଇଥିଲା । ତେଣୁ ବଳକା ଟଙ୍କା ଦେଲେ ହିଁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପରିବାରବର୍ଗଙ୍କୁ କୁହାଯାଇଥିଲା । ଶେଷରେ ଡାକ୍ତରଖାନା କର୍ତ୍ତୃପକ୍ଷ 2 ଲକ୍ଷ ଟଙ୍କା ଆଦାୟ କରି ମୃତଦେହ ହସ୍ତାନ୍ତର କରିଥିବା ଜଣାପଡିଛି ।

ଏହା ପୂର୍ବରୁ ମଧ୍ୟ ସହରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ନିକଟରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଡାକ୍ତରଖାନାରେ କୋରୋନାରେ ପ୍ରାଣ ହରାଇଥିଲେ । ପରିବାରର ସଦସ୍ୟଙ୍କ ଅନୁଯାୟୀ, ଡାକ୍ତରଖାନା କର୍ତ୍ତୁପକ୍ଷ ସେମାନଙ୍କଠାରୁ 40 ଲକ୍ଷ ଟଙ୍କା ଆଦାୟ କରିଥିଲେ ।

ABOUT THE AUTHOR

...view details