ଓଡିଶା

odisha

ETV Bharat / bharat

ଚିକେନଗୁନିଆ ଭାଇରସକୁ ରୋକିବ ମାଇ ମଶା ଟ୍ରାପିଙ୍ଗ

ଡେଙ୍ଗୁ, ଚିକେନଗୁନିଆ ଭଳି ମାରାତ୍ମକ ରୋଗର କାରଣ ହେଉଛି ମଶା । ଏଥିରୁ ରକ୍ଷା ପାଇବା ପାଇଁ ମଶାରୀ ଓ ଔଷଧର ବ୍ୟବହାର କରିଥାଉ, ମାତ୍ର ଏହା ପରେ ମଧ୍ୟ ଆମକୁ ଏହି ରୋଗ ଗ୍ରାସ କରିଥାଏ । ଏଭଳି ରୋଗ କବଳରୁ ମୁକ୍ତି ପାଇବା ପାଇଁ ଗବେଷକ ମାଇ ମଶାର ବଂଶ ବୃଦ୍ଧି ରୋକିବା ପାଇଁ ଏକ ଯନ୍ତ୍ରର ଆବିଷ୍କାର କରିଛନ୍ତି ।

ଡିଜାଇନ ଫଟୋ

By

Published : Aug 19, 2019, 12:49 PM IST

ହାଇଦ୍ରାବାଦ: ଆମେରିକାର Centers for Disease Control and Prevention (CDC) ନିକଟରେ ଏକ ଯନ୍ତ୍ରର ଆବିଷ୍କାର କରିଛି । ଏହି ଯନ୍ତ୍ର ମାଇ ମଶାଙ୍କୁ ଧରିବାରେ ସହାୟତା କରିବ । ସେମାନଙ୍କ ବଂଶ ବୃଦ୍ଧି ଉପରେ ରୋକ୍ ଲଗାଇବ । ଏହି ଯନ୍ତ୍ରର ନାମ ହେଉଛି Autocidal Gravid Ovitrap (AGO trap) । ଏହା ଦ୍ବାରା ଚିକେନଗୁନିଆ, ମ୍ୟାଲେରିଆ ଭଳି ମାରାତ୍ମକ ରୋଗକୁ ରୋକା ଯାଇପାରିବ । ମଶାର Aedes aegypti ପ୍ରଜାତିକୁ ରୋକିବା ପାଇଁ କୌଣସି କୌଶଳ ଅବଲମ୍ବନ କରା ଯାଇନଥିବାରୁ ଡେଙ୍ଗୁ, ଜିକା ଭାଇରସ ଏବଂ ଚିକେନଗୁନିଆ ଭଳି ରୋଗ ବ୍ୟାପିବାରେ ଲାଗିଛି । ନିକଟରେ ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ ମଶାଙ୍କୁ ରୋକିବା ଦ୍ବାରା ସେମାନଙ୍କ ସଂଖ୍ୟା କମ୍ ହେଉଛି ମାତ୍ର ରୋଗ କମିବାର କୌଣସି ନଜିର ନାହିଁ।


AGO trap ମାଇ ମଶାଙ୍କୁ ଆକର୍ଷିତ କରିଥାଏ । ପୂର୍ବରୁ ହୋଇଥିବା ଅଧ୍ୟୟନରେ ପ୍ରାୟ 85 ପ୍ରତିଶତ ଘର ବାହାରେ AGO trap ରଖାଯାଇଥିଲା ଯେଉଁଥିରେ ପ୍ରାୟ 80 ପ୍ରତିଶତ ମାଇ ମଶାଙ୍କ ସଂଖ୍ୟା କମିଥିଲା। ଏହି ଅଧ୍ୟୟନରେ ମଶା ଦ୍ବାରା ବ୍ୟାପୁଥିବା ରୋଗ ବିଷୟରେ କୌଣସି ସୂଚନା ମିଳିନଥିଲା ।

ନ୍ୟୁୟର୍କ ସହରର ପ୍ରାୟ 290 ଘର ବାହାରେ AGO trap ରଖାଯାଇଥିଲା ବେଳେ, 349 ଘର ବାହାରେ AGO trap ରଖାଯାଇନଥିଲା । ଏହାସହ 175 ଜଣ ମଧ୍ୟବିତ୍ତ ସମ୍ପ୍ରଦାୟର ହୋଇଥିବା ବେଳେ 152ଜଣ ଅଣ-ମଧ୍ୟବିତ୍ତ ସମ୍ପ୍ରଦାୟର । ତେବେ ସମସ୍ତଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇ ଚିକେନଗୁନିଆ ଭାଇରସ ପରୀକ୍ଷା କରାଗଲା । ଏହାସହ ମଶା ମରା ଔଷଧ ଓ ମଶାରୀ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଧ୍ୟାନରେ ରଖାଯାଇଥିଲା ।

ରିସର୍ଚ୍ଚ ପରେ ପ୍ରାୟ 114 ଜଣ ଚିକେନ ଗୁନିଆରେ ଆକ୍ରାନ୍ତ ହୋଇଥିବା ନମୁନାରୁ ଜଣା ପଡିଥିଲା । AGO trap ଥିବା ପ୍ରାୟ 10.3 ପ୍ରତିଶତ ରକ୍ତ ନମୁନାରେ ଚିକେନଗୁନିଆ ଭାଇରସ ଦେଖିବାକୁ ମିଳିଥିବା ବେଳେ AGO trap ନଥିବା 48.7 ପ୍ରତିଶତ ରକ୍ତ ନମୁନାରେ ଭାଇରସ ଦେଖିବାକୁ ମିଳିଛି।

AGO trap ଏକ କେମିକାଲ ଫ୍ରି ଯନ୍ତ୍ର । ଏହା କେବଳ ନିର୍ଦ୍ଦିଷ୍ଟ ପ୍ରଜାତିର ମଶାଙ୍କ ରୋକିବାରେ ସହାୟକ ହେବ । ଫଳରେ ସଂକ୍ରମଣ ବ୍ୟାପିବାକୁ ମଧ୍ୟ ଏହା ରୋକିବ। ଆଗକୁ ଅଧିକ ଅଧ୍ୟୟନ କରାଯାଇ ଜନବହୁଳ ସ୍ଥାନରେ ଏହାକୁ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ଏହା ଉପକାରୀ ଓ ଅଧିକ ଜନସଂଖ୍ୟା ପାଇଁ ମଧ୍ୟ ଲାଭଦାୟକ ହେବ।

ABOUT THE AUTHOR

...view details