ଓଡିଶା

odisha

ଜମ୍ମୁ କାଶ୍ମୀରରେ ଅନଲକ-1, ଯାତ୍ରୀ ଭଡା ବୃଦ୍ଧି ନେଇ ଜିଦରେ ଅଟଳ ପରିବହନକାରୀ

By

Published : Jun 8, 2020, 4:19 PM IST

ଜମ୍ମୁରେ 50 ପ୍ରତିଶତ ଯାତ୍ରୀ ଭଡା ବୃଦ୍ଧି ନେଇ ଧାରଣାରେ ବସିଥିବା ପରିବହନକାରୀ ମାନେ ଅନଲକ-1ରେ ଗାଡି ଚଳାଚଳ ବନ୍ଦ ରଖିଛନ୍ତି । ଅଧିକ ପଢନ୍ତୁ....

ଜମ୍ମୁକାଶ୍ମୀରେ ଆରମ୍ଭ ହୋଇଛି ଅନଲକ-1, ଯାତ୍ରୀ ଭଡା ବୃଦ୍ଧି ନେଇ ଜିଦରେ ଅଟଳ ପରିବହନକାରୀ
ଜମ୍ମୁକାଶ୍ମୀରେ ଆରମ୍ଭ ହୋଇଛି ଅନଲକ-1, ଯାତ୍ରୀ ଭଡା ବୃଦ୍ଧି ନେଇ ଜିଦରେ ଅଟଳ ପରିବହନକାରୀ

ଶ୍ରୀନଗର: କୋରୋନା କାରଣରୁ ଜମ୍ମୁ କାଶ୍ମୀରରେ ରବିବାର ସନ୍ଧ୍ୟାରେ ରାଜ୍ୟ ସରକାର ଅନଲକ-1 ଅଧୀନରେ ସର୍ତ୍ତମୂଳକ ଭାବେ ଯାତ୍ରୀବାହୀ ଗାଡିମୋଟରକୁ ଚଲାଇବାକୁ ଅନୁମତି ଦେଇଛନ୍ତି । ତେବେ ଏହି ଅନୁମତି ସତ୍ତ୍ବେ 50 ପ୍ରତିଶତ ଯାତ୍ରୀ ଭଡା ବୃଦ୍ଧି ପାଇଁ ଦାବି କରୁଥିବା ପରିବହନକାରୀମାନେ ନିଜ ନିଜ ଗାଡିକୁ ଚଲାଇ ନାହାଁନ୍ତି ।

ସୋମବାର ଠାରୁ ସାରା ଦେଶରେ ଲକଡାଉନ-1 ଆରମ୍ଭ ହୋଇଛି ଏବଂ ଏହି କାରଣରୁ ଜମ୍ମୁ କାଶ୍ମୀର ପ୍ରଶାସନ ମଧ୍ୟ ସହରର ବିଭିନ୍ନ ମାର୍ଗରେ ଯାତ୍ରୀବାହୀ ଯାନ ସଂଖ୍ୟା ଉପରେ ଏକ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଜୁନ 5ରେ ଡେପୁଟି କମିଶନର ଜମ୍ମୁ ଚାମ୍ବରରେ ଅନୁଷ୍ଠିତ ବୈଠକକୁ ଦର୍ଶାଯାଇଛି ଏବଂ ଦର୍ଶାଯାଇଛି ଯେ ରାଜ୍ୟର ଅରେଞ୍ଜ ଏବଂ ଗ୍ରୀନ ଜୋନରେ ମିନି ବସ 50 ରୁ 67 ପ୍ରତିଶତ ଯାତ୍ରଙ୍କ ସହ ନିର୍ଦ୍ଦିଷ୍ଟ ମାର୍ଗରେ ଚାଲିବ।

ଏହି ଆଦେଶ ସତ୍ତ୍ବେ ଅଲ ଜମ୍ମୁ କାଶ୍ମୀର ଟ୍ରାନ୍ସପୋର୍ଟ ଓ୍ବେଲଫେୟାର ଆସୋସିଏସନ ସଭାପତି ଟିଏସୱାଜିର କହିଛନ୍ତି ଯେ, ଯାତ୍ରୀଙ୍କ ଭଡା 50% ବୃଦ୍ଧି ସହିତ ଅନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ କୌଣସି ମିନି ବସ କିମ୍ବା ଅନ୍ୟ କୌଣସି ବ୍ୟବସାୟିକ ଯାନ ରାସ୍ତାରେ ଚାଲି ପାରିବ ନାହିଁ ।

ସୂଚନାମୁତାବକ, ପ୍ରଶାସନ ଏହି ପ୍ରସଙ୍ଗରେ ପରିବହନକାରୀଙ୍କ ସହ ପୂର୍ବରୁ ଆଲୋଚନା ସାରିଛି । ଆସନ୍ତା ଜୁନ 10ରେ ଜମ୍ମୁରେ ଭିନ୍ନ ଏକ ବିଷୟରେ ଆଲୋଚନା ହେବ । ପରିବହନକାରୀମାନେ କହିଛନ୍ତି ଯେ, ସେମାନେ ପୂର୍ବରୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନେ 50 ପ୍ରତିଶତ ଯାତ୍ରୀଙ୍କ ସହ ଗାଡି ଚଳାଇବାକୁ ରାଜି ନାହାନ୍ତି ।

ABOUT THE AUTHOR

...view details