ଓଡିଶା

odisha

ETV Bharat / bharat

ମୋନିକା ଦାସ ହେଲେ ଦେଶର ପ୍ରଥମ ସମଲିଙ୍ଗୀ ନିର୍ବାଚନ ଅଧିକାରୀ - ପ୍ରଥମ ସମଲିଙ୍ଗୀ ନିର୍ବାଚନ ଅଧିକାରୀ ମୋନିକା ଦାସ

ବିହାର ବିଧାନସଭା ନିର୍ବାଚନରେ ପାଟନାର ସମଲିଙ୍ଗୀ ମୋନିକା ଦାସ ହେବେ ଦେଶର ପ୍ରଥମ ସମଲିଙ୍ଗୀ ନିର୍ବାଚନ ଅଧିକାରୀ । ସେ ନିର୍ବାଚନ ଅଧିକାରୀ ଭାବରେ ବିହାରର ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନଙ୍କଠୁ ଭୋଟ୍ ଗ୍ରହଣ ସମୟରେ ସମସ୍ତ କାର୍ଯ୍ୟ ତଦାରଖ କରିବେ । ଅଧିକ ପଢନ୍ତୁ..

ବିହାର ନିର୍ବାଚନ: ମୋନିକା ଦାସ ଦେଶର ପ୍ରଥମ ସମଲିଙ୍ଗୀ ନିର୍ବାଚନ ଅଧିକାରୀ
ବିହାର ନିର୍ବାଚନ: ମୋନିକା ଦାସ ଦେଶର ପ୍ରଥମ ସମଲିଙ୍ଗୀ ନିର୍ବାଚନ ଅଧିକାରୀ

By

Published : Oct 4, 2020, 1:49 PM IST

ପାଟନା: ଆଗାମୀ ବିହାର ବିଧାନସଭା ନିର୍ବାଚନରେ ପାଟନାର ସମଲିଙ୍ଗୀ ମୋନିକା ଦାସ ନିର୍ବାଚନ ଅଧିକାରୀ ହେବାକୁ ଯାଉଛନ୍ତି । ତେବେ ସେ ଦେଶର ପ୍ରଥମ ସମଲିଙ୍ଗୀ ନିର୍ବାଚନ ଅଧିକାରୀ ଭାବେ ବୁଥ୍‌ରେ ଦାୟିତ୍ବ ତୁଲାଇବେ ।

ମୋନିକା ନିର୍ବାଚନ ଅଧିକାରୀ ଭାବରେ ବିହାରର ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନଙ୍କଠୁ ଭୋଟ୍ ଗ୍ରହଣ ସମୟରେ ସମସ୍ତ କାର୍ଯ୍ୟ ତଦାରଖ କରିବେ । ତେବେ ଏଥିଲାଗି ତାଙ୍କୁ ଅକ୍ଟୋବର 8ରୁ ତାଲିମ ଦିଆଯିବ । ନିର୍ବାଚନ ଆୟୋଗଙ୍କଠାରୁ ଏହି ଖବର ପାଇବା ପରେ ମୋନିକା ଖୁବ୍ ଖୁସି ଅଛନ୍ତି ବୋଲି କହିଛନ୍ତି । ପାଟନା ଅଧିବାସୀ ମୋନିକା ଦାସ କାନାଡା ବ୍ୟାଙ୍କର କର୍ମଚାରୀ ଭାବେ କାର୍ଯ୍ୟ କରିଥାନ୍ତି । ମୋନିକାଙ୍କ ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପୋଲିଙ୍ଗ ଅଫିସର ଭାବେ ସମଲିଙ୍ଗୀ ରିୟା ସିରକାର କାର୍ଯ୍ୟ କରିଥିଲେ ।

ତେବେ ନିର୍ବାଚନ ଆୟୋଗ ବିହାର ବିଧାନସଭା ନିର୍ବାଚନର ତାରିଖ ଧାର୍ଯ୍ୟ କରି ସାରିଛନ୍ତି । ଅକ୍ଟୋବର 28ରୁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯିବାକୁ ଥିବା ବେଳେ ନଭେମ୍ବର 3 ତାରିଖରେ ଦ୍ବିତୀୟ ପ୍ରର୍ଯ୍ୟାୟ ଏବଂ ଅନ୍ତିମ ବା ତୃତୀୟ ପ୍ରର୍ଯ୍ୟାୟ ନଭେମ୍ବର 7ରେ ଭୋଟ୍‌ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details