ଓଡିଶା

odisha

ETV Bharat / bharat

ବିବାଦ ପରେ 10 ଦିନିଆ ହାଜତରେ ମିମିକ୍ରି ବୟ

ବିବାଦ ପରେ ଏବେ ହାଜତରେ ମିମିକ୍ରି ବୟ । ରାଜନେତାଙ୍କ କଥା ମିିମିକ୍ରି କରିବା ପଡିଲା ମହଙ୍ଗା । ଶେଷରେ ଗିରଫ ହୋଇ ଏବେ ହାଜତରେ ମିମିକ୍ରି ବୟ ।

By

Published : Jun 2, 2019, 9:19 PM IST

ଫଟୋ ସୌଜନ୍ୟ : ଏଏନଆଇ

ଗାନ୍ଧିନଗର: 10 ଦିନିଆ ବିଚାର ବିଭାଗୀୟ ହାଜତ ଗଲେ ମିମିକ୍ରି ବୟ ଅଧେଶ ଦୁବେ । ଟ୍ରେନରେ ଖେଳନା ବିକିବା ବେଳେ ନେତାଙ୍କ ନାମରେ କରିଥିଲେ ମିମିକ୍ରି । ଆଉ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା । ଆଉ ବିବାଦ ଭିତରକୁ ଟାଣି ହୋଇଆସିଥିଲେ ଗୁଜୁରାଟର ଅଧେଶ ।

ଟ୍ରେନରେ ଖେଳନା ବିକି ପେଟ ପୋଷନ୍ତି ଗୁଜୁରାଟର ଅଧେଶ ଦୁବେ । ହେଲେ ନିକଟରେ ଟ୍ରେନରେ ଖେଳନା ବିକିବା ବେଳେ ରାଜନୀତିକୁ ନେଇ ଉଡାଇଥିଲେ ମଜା । କରିଥିଲେ ମିମିକ୍ରି । ତେଣୁ ଆରପିଏଫ ପକ୍ଷରୁ ଧାରା 1989ରେ ତାଙ୍କୁ ଦଶ ଦିନ ପାଇଁ ପୋଲିସ ନେଇଛି ।

ଶନିବାର ସ୍ଥାନୀୟ କୋର୍ଟରେ ସେ ତାଙ୍କର ଦୋଷ ମାନିବା ପରେ 10 ଦିନିଆ ବିଚାର ବିଭାଗୀୟ ହାଜତ ପଠାଯାଇଥିଲା । ଏହାସହ କୋର୍ଟ ତାଙ୍କୁ 3.500 ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦେଇଛି।

For All Latest Updates

ABOUT THE AUTHOR

...view details