ଓଡିଶା

odisha

ETV Bharat / bharat

ଇନକମିଂ କଲ୍‌ ରିଙ୍ଗ ପାଇଁ ଟାଇମ ଫିକ୍ସ କଲା ଟ୍ରାଇ: 30 ସେକେଣ୍ଡ ମୋବାଇଲ, 60 ସେକେଣ୍ଡ ଲ୍ୟାଣ୍ଡଲାଇନ - ଟ୍ରଇର ନୂଆ ନିୟମ

ଟ୍ରାଇର ନୂଆ ନିୟମ ଅନୁସାରେ ମୋବାଇଲ ପାଇଁ ଆଲର୍ଟ ରିଙ୍ଗର 30 ସେକେଣ୍ଡ ଓ ଲ୍ୟାଣ୍ଡଲାଇନ ପାଇଁ 60 ସେକେଣ୍ଡ ସମୟ ଅବଧି ରଖିଛନ୍ତି । କଲ୍‌ ଆସିଲେ ଧାର୍ଯ୍ୟ ସମୟ ସୀମା ଭିତରେ ଘଣ୍ଟି ବାଜିବା ଜାରି ରହିବ ବୋଲି ଟ୍ରାଇ ସୂଚନା ଦେଇଛି । ଶୁକ୍ରବାର ସେବା ଓ ଗୁଣବତ୍ତା ସମ୍ବନ୍ଧୀୟ ସଂଶୋଧନ ନିୟରେ ଏହି ବ୍ୟବସ୍ଥାକୁ ସାମିଲ କରାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 1, 2019, 10:52 PM IST

ନୂଆଦିଲ୍ଲୀ: ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ)ର ନୂଆ ନିୟମ। ପ୍ରଥମ ଥର ପାଇଁ ଇନକମିଂ କଲ୍‌ ରିଙ୍ଗ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି । କଲ୍‌ ଆସିଲେ କେତେ ସମୟ ପାଇଁ ଫୋନ ରିଙ୍ଗ୍‌ ହେବ ସେ ନେଇ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି ।


ଟ୍ରାଇର ନୂଆ ନିୟମ ଅନୁସାରେ ମୋବାଇଲ ପାଇଁ ଆଲର୍ଟ ରିଙ୍ଗର 30 ସେକେଣ୍ଡ ଓ ଲ୍ୟାଣ୍ଡଲାଇନ ପାଇଁ 60 ସେକେଣ୍ଡ ସମୟ ଅବଧି ରଖିଛନ୍ତି । କଲ୍‌ ଆସଲେ ଧାର୍ଯ୍ୟ ସମୟ ସୀମା ଭିତରେ ଘଣ୍ଟି ବାଜିବା ଜାରି ରହିବ ବୋଲି ଟ୍ରାଇ ସୂଚନା ଦେଇଛି । ଶୁକ୍ରବାର ସେବା ଓ ଗୁଣବତ୍ତା ସମ୍ବନ୍ଧୀୟ ସଂଶୋଧନ ନିୟମରେ ଏହି ବ୍ୟବସ୍ଥାକୁ ସାମିଲ କରାଯାଇଛି ।

ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, କଲ୍‌ ଆସିଲେ ଯଦି ତୁରନ୍ତ ଉତ୍ତର ଦିଆଯାଇ ପାରୁନାହିଁ କିମ୍ବା କଲ୍‌ ଟିକୁ କଟା ଯାଇନାହିଁ ତେବେ 30 ସେକେଣ୍ଡ ପାଇଁ ମୋବାଇଲ ଓ 60 ସେକେଣ୍ଡ ପାଇଁ ଲ୍ୟାଣ୍ଡଲାଇନର ରିଙ୍ଗ ଜାରି ରହିବ । ଏହି ନୂଆ ନିୟମ ୧୫ଦିନ ପରେ ଲାଗୁ ହେବ ବୋଲି ଜଣାପଡ଼ିଛି ।

ଏଠାରେ ସୂଚନା ଯୋଗ୍ୟ ଯେ. ବର୍ତ୍ତମାନ ସୁଦ୍ଧା ଫୋନରେ କଲ୍‌ ଆସିଲେ କେତେ ସମୟ ପାଇଁ ରିଙ୍ଗ ହେବ ସେ ନେଇ ସବୁଠାରୁ ଅତିକମରେ କେତେ ସମୟ ରହିବ ସେ ନେଇ କିଛି ଧାର୍ଯ୍ୟ ସମୟ ସୀମା ସ୍ଥିର ନଥିଲା । ଟେଲିଫୋନ କମ୍ପାନୀ କଲ୍‌ ସଂଯୋଗ କରିବା ଶୁଳ୍କର ଲାଭ ଉଠାଇବା ପାଇଁ କଲ୍‌ ଆସିଲେ ରିଙ୍ଗର ସମୟ ସୀମା କମ୍‌ କରି ଦେଉଥିଲେ ।

ABOUT THE AUTHOR

...view details