ଜୟପୁର: ରାଜସ୍ଥାନର ରାଜଧାନୀ ତଥା ପିଙ୍କସିଟି ଜୟପୁରରେ ନିୟମ ଉଲ୍ଲଙ୍ଘନ କରୁଥିବା ଡ୍ରାଇଭରଙ୍କ ବିରୋଧରେ ଅଭିଯାନ ଜାରି ରଖିଛି ଟ୍ରାଫିକ ପୋଲିସ । ଡିସିପି ରାହୁଲ ପ୍ରକାଶଙ୍କ ନେତୃତ୍ବରେ ଏହି ଅଭିଯାନ ଆରମ୍ଭ ହୋଇଛି । ସଡକ ଦୁର୍ଘଟଣାକୁ ରୋକିବା ସହ ମଦ୍ୟ ପାନ କରି ଗାଡି ଚଲାଉଥିବା ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ସଡକ ଦୁର୍ଘଟଣାକୁ ରୋକିବା ନେଇ ଆକ୍ସନ ମୋଡରେ ଜୟପୁର ପୋଲିସ - rajasthan
ରାଜସ୍ଥାନର ଜୟପୁରରେ ଟ୍ରାଫିକ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ଲୋକଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେଉଛି ପୋଲିସ ।
ଏହି ଅଭିଯାନ ପାଇଁ 57ଟି ଟିମର ଗଠନ କରାଯାଇଛି । ପ୍ରତ୍ୟେକ ସଂଧ୍ୟା 6 ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଧାରା 158 ଏମବି ଅନୁସାରେ ପ୍ରାୟ 396 ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଗଷ୍ଟ 29 ରୁ 31 ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିବା ଏହି ଅଭିଯାନରେ 127ଟି କାର, 235ଟି ବାଇକ, 9ଟି ଇ-ରିକ୍ସା, 8ଟି ଟ୍ରକ, 16 ଟି ଅଟୋ ରିକ୍ସା ଓ ଗୋଟିଏ ଭାରି ଯାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଏହି ଗାଡି ଜବତ ହେବା ପରେ ଏହାର ଚାଳକଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ପରିବହନ ବିଭାଗକୁ ଅବଗତ କରାଯାଇଛି । ଆଉ ଯଦି କୌଣସି ଚାଳକ ପକ୍ଷରୁ ଲାଇସେନ୍ସ ଦାଖଲ ନକରାଯାଉଛି ତେବେ ଗାଡି ମାଲିକ ଉପରେ ଏକ ହଜାର ଟଙ୍କାର ଜରିମାନା ଲଗାଯାଉଛି। ଭବିଷ୍ୟତରେ ମଦ୍ୟ ପାନ କରି ଗାଡି ଚଳାଇବା ଅବସ୍ଥାରେ ମିଳିଲେ ଆଇପିସି ଧାରା ଅନୁସାରେ ମାମଲା ରୁଜୁ କରାଯିବ।