ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଭୀଷଣ ଟ୍ରାଫିକ ଜାମ। ଦିଲ୍ଲୀର ବିଭିନ୍ନ ଇଲାକାରେ ପ୍ରବଳ ଟ୍ରାଫିକ ଜାମ ହୋଇଛି। ଟ୍ରାଫିକ ନିୟନ୍ତ୍ରଣ ଫେଲ ମାରିବା ଫଳରେ ଦୀର୍ଘ 1ରୁ 2 କିଲୋମିଟର ପର୍ଯ୍ୟନ୍ତ ଗାଡି ଅଟକି ରହିଛି।
ନୂଆବର୍ଷରେ ନୂଆଦିଲ୍ଲୀକୁ ଟ୍ରାଫିକ ଜାମ ଟେନସନ - Traffic jam in parts of Delhi
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଭୀଷଣ ଟ୍ରାଫିକ ଜାମ। ଦିଲ୍ଲୀର ବିଭିନ୍ନ ଇଲାକାରେ ପ୍ରବଳ ଟ୍ରାଫିକ ଜାମ ହୋଇଛି। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ସାଧାରଣତଃ ଦିନରେ ହେଉଥିବା ଜାମରେ ଦିଲ୍ଲୀରେ ଚଳନୀୟ। ମାତ୍ର ନୂଆବର୍ଷରେ ଭୟଙ୍କର ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା। ଇଣ୍ଡିଆ ଗେଟ ପାଖରେ ଗାଡିର ଏତେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ସେହିପରି ବାରପୁଲହା ଫ୍ଲାଏ ଓଭର ବ୍ରିଜ ପାଖରେ ମଧ୍ୟ ଟ୍ରାଫିକ ଜାମ ଦେଖିବାକୁ ମିଳିଛି।
ଭିଡିଓ ସୌଜନ୍ୟ: ଏଏନଆଇ
ସେହିପରି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସୂଚନା ଅନୁସାରେ ଟ୍ରାଫିକ ଜାମ କାରଣରୁ କେନ୍ଦ୍ରୀୟ ସଚିବାଳୟ, ଉଦ୍ୟୋଗ ଭବନ, ପ୍ରଗତି ମୈଦାନ, ଖାନ ମାର୍କେଟ ଓ ମଣ୍ଡି ହାଉସର ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ବନ୍ଦ ରଖାଯାଇଛି।