ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଗାଜିଆବାଦ ମୁଖ୍ୟ ରାଜପଥରେ ବଡ ଟ୍ରାଫିକ୍ ଜାମ । ଦୁଇ ରାଜ୍ୟ ମଧ୍ୟରେ ସୀମା ସିଲ୍ ହେବା ପରେ ଅନେକ ଘଣ୍ଟା ଧରି ଜାମ ଲାଗି ରହିଥିଲା । ଦିନ ବିତିବା ସହ ସ୍ଥିତିରେ ସୁଧାର ମଧ୍ୟ ଆସି ନଥିଲା । ଦିଲ୍ଲୀ ପୋଲିସ ଆଜି ଅପରାହ୍ନରେ ଟୁଇଟ କରି କହିଛନ୍ତି ଯେ,ଟ୍ରାଫିକ୍ ଆଲର୍ଟ ଗାଜିପୁରରୁ ଗାଜିଆବାଦ ପର୍ଯ୍ୟନ୍ତ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା ।
ସୀମା ସିଲ ହେବା ପରେ ଦିଲ୍ଲୀ-ଗାଜିଆବାଦରେ ଟ୍ରାଫିକ ଜାମ - lockdown
ସୀମା ସିଲ ହେବା ପରେ ଦିଲ୍ଲୀ-ଗାଜିଆବାଦରେ ଟ୍ରାଫିକ ଜାମ । ଜାତୀୟ ବିପର୍ଯ୍ୟୟ ଅଧିନିୟମ 2005 ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।ଅଧିକ ପଢନ୍ତୁ...

ସୀମା ସିଲ ହେବା ପରେ ଦିଲ୍ଲୀ-ଗାଜିଆବାଦରେ ଟ୍ରାଫିକ ଜାମ
ଜାତୀୟ ବିପର୍ଯ୍ୟୟ ଅଧିନିୟମ 2005 ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରାଯାଇଛି । କାରଣ 6 ଜଣ କୋରୋନା ଆକ୍ରାନ୍ତ ଦିଲ୍ଲୀରୁ ଆସିଥିବା ନେଇ କୌଣସି ଆନ୍ଦୋଳନ ନହେବା ଉଦ୍ଦେଶ୍ୟରେ ରାସ୍ତା ରୋକ ନେଇ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ।
ଜରୁରୀକାଳୀନ ଯାନ ଏବଂ ଅତି ଆବଶ୍ୟକ ଥିବା ଲୋକଙ୍କୁ ଯିବାକୁ ଅନୁମତି ମିଳିଥିଲା । ସ୍କୁଟରରେ ଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ସେ ତାଙ୍କ ପତ୍ନୀଙ୍କ ସହ ଡାକ୍ତର ଦେଖାଇ ଘରକୁ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ପୋଲିସ ତାଙ୍କୁ ଅନୁମତି ଦେଉନାହିଁ।