ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ଦେଶରେ 7,31,534 ନମୁନା ପରୀକ୍ଷା କରାଯାଇଛି: ICMR - ନମୂନା ପରୀକ୍ଷା

ଗତ 24 ଘଣ୍ଟାରେ ଦେଶରେ 7 ଲକ୍ଷ 31 ହଜାର 534 ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏଯାବତ୍ 6 କୋଟି 43 ଲକ୍ଷ 92 ହଜାର 594 ନମୂନା ପରୀକ୍ଷା ସରିଥିବା ସୋମବାର ଆଇସିଏମଆର ସୂଚନା ଦେଇଛି ।

24 ଘଣ୍ଟାରେ ଦେଶରେ 731534 ନମୁନା ପରୀକ୍ଷା କରାଯାଇଛି
24 ଘଣ୍ଟାରେ ଦେଶରେ 731534 ନମୁନା ପରୀକ୍ଷା କରାଯାଇଛି

By

Published : Sep 21, 2020, 10:54 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅଣାୟତ। ଏପଟେ ଭାଇରସ ସହ ଲଢିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର। ଦେଶରେ ବର୍ତ୍ତମାନ ପ୍ରତ୍ୟେକ ଦିନ ପାଖାପାଖି ଏକ ଲକ୍ଷ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପୂର୍ବ ଅପେକ୍ଷା ଏବେ କୋରୋନା ଟେଷ୍ଟିଂ ମଧ୍ୟ ବୃଦ୍ଧି କରାଯାଇଛି ।

ଏହି କ୍ରମରେ ଗତ 24 ଘଣ୍ଟାରେ ଦେଶରେ 7 ଲକ୍ଷ 31 ହଜାର 534 ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏଯାବତ୍ 6 କୋଟି 43 ଲକ୍ଷ 92 ହଜାର 594 ନମୂନା ପରୀକ୍ଷା ସରିଥିବା ସୋମବାର ଆଇସିଏମଆର ସୂଚନା ଦେଇଛି ।

ପ୍ରକାଶ ଥାଉକି, ଗତ 24 ଘଣ୍ଟାରେ ଦେଶରେ 86,961 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1130 ଆକ୍ରାନ୍ତର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 54 ଲକ୍ଷ 87 ହଜାର 581ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 43,96,399 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 10,03,299 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା 87,882 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details