ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅଣାୟତ । ଗତ 3 ରୁ 4 ମାସ ମଧ୍ୟରେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ 53 ଲକ୍ଷ ପାର କରିଛି କୋରୋନା ମାମଲା । ତେବେ ବର୍ତ୍ତମାନ ଦେଶରେ କୋରୋନା ଟେଷ୍ଟିଙ୍ଗ ମଧ୍ୟ ବୃଦ୍ଧି କରାଯାଇଛି । 24 ଘଣ୍ଟାରେ ଦେଶରେ 8 ଲକ୍ଷ 81 ହଜାର 911 କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଦେଶରେ ଏଯାବତ୍ 6 କୋଟି 24 ଲକ୍ଷ 54 ହଜାର 254 କୋରୋନା ପରୀକ୍ଷା କରାଯାଇଥିବା ଶନିବାର ଆଇସିଏମଆର ପକ୍ଷରୁ ସୂଚନା ମିଳିଛି ।
24 ଘଣ୍ଟାରେ ଦେଶର ହୋଇଛି 881911 କୋରୋନା ପରୀକ୍ଷା: ଆଇସିଏମଆର - କୋରୋନା ପରୀକ୍ଷା
24 ଘଣ୍ଟାରେ ଦେଶରେ 8 ଲକ୍ଷ 81 ହଜାର 911 କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଦେଶରେ ଏଯାବତ୍ 6 କୋଟି 24 ଲକ୍ଷ 54 ହଜାର 254 କୋରୋନା ପରୀକ୍ଷା କରାଯାଇଥିବା ଶନିବାର ଆଇସିଏମଆର ପକ୍ଷରୁ ସୂଚନା ମିଳିଛି ।
24 ଘଣ୍ଟାରେ ଦେଶର ହୋଇଛି 881911 କୋରୋନା ପରୀକ୍ଷା
ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶର 93 ହଜାର 337 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,247 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ 53 ଲକ୍ଷ 08 ହଜାର 015 ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 42 ଲକ୍ଷ 08 ହଜାର 432 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 10 ଲକ୍ଷ 13 ହଜାର 964 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 85 ହଜାର 619 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।