ଓଡିଶା

odisha

ETV Bharat / bharat

24 ଘଣ୍ଟା ମଧ୍ୟରେ ଦେଶରେ ହୋଇଛି 801518 କୋଭିଡ୍ ଟେଷ୍ଟ: ICMR

ପୂର୍ବରୁ ବହୁ ଟେଷ୍ଟ କରି ରେକର୍ଡ କରିଥିବା ଆଇସିଏମଆର ଗତ 24 ଘଣ୍ଟାରେ ମଧ୍ୟ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରିଛି । ଗୋଟିଏ ଦିନରେ ଦେଶରେ 8,01,518 ଟେଷ୍ଟ କରାଯାଇଛି ।

_icmr
24 ଘଣ୍ଟା ମଧ୍ୟରେ ଦେଶରେ ହୋଇଛି 801518 କୋଭିଡ୍ ଟେଷ୍ଟ

By

Published : Aug 19, 2020, 10:35 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅଣାୟତ । ଦିନକୁ ଦିନ ସଂକ୍ରମଣ ମାମଲା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁ ସଂଖ୍ୟାରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ବହୁ ଟେଷ୍ଟ କରି ରେକର୍ଡ କରିଥିବା ଆଇସିଏମଆର ଗତ 24 ଘଣ୍ଟାରେ ମଧ୍ୟ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରିଛି । ଗୋଟିଏ ଦିନରେ ଦେଶରେ 8,01,518 ଟେଷ୍ଟ କରାଯାଇଛି ।

ଏଯାବତ୍ ଦେଶରେ 3,17,42,782 ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ମଙ୍ଗଳବାର 8,01,518 ନମୁନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କହିଛି।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 64,531 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1092 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 27,67,274ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 20,37,871 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 6,76,514 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏହାଛଡା ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ ଭାଇରସ କାରଣରୁ 52,889 ଆକ୍ରାନ୍ତ ପ୍ରାଣ ହରାଇଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details