ନୂଆଦିଲ୍ଲୀ: ଦେଶରେ 75 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ପ୍ରତ୍ୟେକ ଦିନ ବହୁ ପରିମାଣର ରିପୋର୍ଟ ହେଉଥିବା କୋରୋନା ପଜିଟିଭ ସଂଖ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ସାମ୍ପଲ ଟେଷ୍ଟ ଜାରି ରହିଛି।
ଅକ୍ଟୋବର 19 ସୁଦ୍ଧା ଦେଶରେ ସରିଛି 9,50,83,976 କୋଭିଡ ଟେଷ୍ଟ: ICMR - Indian Council of Medical Research
ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ସଂକ୍ରମଣ ବ୍ୟାପିଥିବା ସ୍ବୀକାର କରିଛି ସ୍ବାସ୍ଥ୍ୟ ବିଭାଗ। ଅନ୍ୟପଟେ ଏହାକୁ କମ କରିବାକୁ ଅହରହ ଚାଲିଛି କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ...
ଅକ୍ଟୋବର 19 ସୁଦ୍ଧା ଦେଶରେ ସରିଛି 9,50,83,976 କୋଭିଡ ଟେଷ୍ଟ: ICMR
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24ଘଣ୍ଟାରେ ଦେଶର ବିଭିନ୍ନ ପଞ୍ଜିକୃତ ଓ ଅଣପଞ୍ଜିକୃତ ଲ୍ୟାବରେ 8 ଲକ୍ଷ 59 ହଜାର 786ଟି ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା 9 କୋଟି 50 ଲକ୍ଷ 83 ହଜାର 976ଟି ଟେଷ୍ଟ ସରିଛି ।
ତେବେ ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ମୁତାବକ, ବର୍ତ୍ତମାନ ଦେଶରେ 75 ଲକ୍ଷ 50 ହଜାର 273ରେ ପହଞ୍ଚିଛି କୋରୋନା ସଂକ୍ରମଣ ସଂଖ୍ୟା । ଯେଉଁଥିରେ 1 ଲକ୍ଷ 14 ହଜାର 610 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 66 ଲକ୍ଷ 63 ହଜାର 608 ଜଣ ସୁସ୍ଥ ହୋଇଛନ୍ତି।