ଓଡିଶା

odisha

ETV Bharat / bharat

ଅକ୍ଟୋବର 3 ସୁଦ୍ଧା ଦେଶରେ ସରିଛି 7,89,92,534 କୋରୋନା ଟେଷ୍ଟ: ICMR

ସଂକ୍ରମଣ ସଂଖ୍ୟା ହ୍ରାସ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଲ୍ୟାବରେ ଅହରହ ଜାରି ରହିଛି କୋରୋନା ସାମ୍ପଲ ଟେଷ୍ଟ । ଅଧିକ ପଢନ୍ତୁ...

By

Published : Oct 4, 2020, 10:36 AM IST

ଅକ୍ଟୋବର 3 ସୁଦ୍ଧା ଦେଶରେ ସରିଛି 7,89,92,534 କୋରୋନା ସାମ୍ପଲ ଟେଷ୍ଟ
ଅକ୍ଟୋବର 3 ସୁଦ୍ଧା ଦେଶରେ ସରିଛି 7,89,92,534 କୋରୋନା ସାମ୍ପଲ ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ 65 ଲକ୍ଷ ପାର କଲା କୋରୋନା ସଂକ୍ରମଣ ସଂଖ୍ୟା । ସେହିପରି ଏଥିରେ 1 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଯାହା ଏବେ ଦେଶବାସୀଙ୍କ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ବଢୁଥିବା ଏହି ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟେଷ୍ଟ ଜାରି ରହିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ ଅକ୍ଟୋବର 3 ତାରିଖରେ 11 ଲକ୍ଷ 42 ହଜାର 131ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 7 କୋଟି 89 ଲକ୍ଷ 92 ହଜାର 534 ଟି ଟେଷ୍ଟ ସରିଛି ।

ଅକ୍ଟୋବର 3 ସୁଦ୍ଧା ଦେଶରେ ସରିଛି 7,89,92,534 କୋରୋନା ସାମ୍ପଲ ଟେଷ୍ଟ

ତେବେ ଭାରତରେ ଜାନୁଆରୀ ଠାରୁ ଅକ୍ଟୋବର ମଧ୍ୟରେ କୋରୋନା ଟେଷ୍ଟିଂ ବୃଦ୍ଧି ପାଇ 7.7 କୋଟିରୁ ଅଧିକରେ ପହଞ୍ଚିଛି । ଧୀରେ ଧୀରେ ପଜିଟିଭି ହାର ହ୍ରାସ ସହିତ କୋଭିଡ ସଂକ୍ରମଣର ପ୍ରସାରକୁ ସୀମିତ ରଖିବା ପାଇଁ ଏହି ପରୀକ୍ଷା ଏକ ପ୍ରଭାବଶାଳୀ ଉପକରଣ ଭାବରେ କାର୍ଯ୍ୟ କରିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ବର୍ତ୍ତମାନ ଦେଶରେ 65 ଲକ୍ଷ 49 ହଜାର 374ରେ ପହଞ୍ଚିଛି କୋରୋନା ସଂକ୍ରମଣ ସଂଖ୍ୟା । ଯେଉଁଥିରେ 1 ଲକ୍ଷ 1 ହଜାର 782ଜଣଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details