ଓଡିଶା

odisha

ETV Bharat / bharat

ସେପ୍ଟେମ୍ବର 28 ସୁଦ୍ଧା ଦେଶରେ ସରିଛି 7 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR

ଆଇସିଏମଆର ପକ୍ଷରୁ ଦେଶର ବିଭିନ୍ନ ଟେଷ୍ଟିଂ ଲ୍ୟାବରେ ରୀତିମତ ଜାରି ରହିଥିବା କୋରୋନା ସାମ୍ପଲ ଟେଷ୍ଟ । ଯେଉଁଠି ଏବେ 7 କୋଟି ରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ ସରିଛି । ଅଧିକ ପଢନ୍ତୁ...

By

Published : Sep 29, 2020, 11:15 AM IST

କୋରୋନା ସାମ୍ପଲ ଟେଷ୍ଟ
କୋରୋନା ସାମ୍ପଲ ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଯାହାକୁ ନେଇ ବର୍ତ୍ତମାନ ପରିସ୍ଥିତିରେ 61 ଲକ୍ଷ ପାର କରିଛି ଏହି ସଂଖ୍ୟା । ଏହି ଭାଇରସ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି । ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟେଷ୍ଟ କରି ସଂକ୍ରମଣ ସଂଖ୍ୟା ହ୍ରାସ କରାଇବାକୁ ପ୍ରତ୍ୟେକ ଦିନ ନିରନ୍ତର କୋରୋନା ଟେଷ୍ଟ କରାଯାଉଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ସେପ୍ଟେମ୍ବର 28 ତାରିଖରେ 11 ଲକ୍ଷ 42 ହଜାର 811 ଟି କୋରୋନା ଟେଷ୍ଟ ସରିଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 7 କୋଟି 31 ଲକ୍ଷ 10 ହଜାର 41ଟି କୋରୋନା ଟେଷ୍ଟ କରାଯାଇଛି ।

ବର୍ତ୍ତମାନ ଦେଶରେ 61 ଲକ୍ଷ 45 ହଜାର 292ରେ ପହଞ୍ଚିଛି ପଜିଟିଭ ସଂଖ୍ୟା। ଯେଉଁଥିରେ 96 ହଜାର 318 ଜଣଙ୍କର ମୃତ୍ୟୁ ହୋଇଛି ।

କୋରୋନା ସାମ୍ପଲ ଟେଷ୍ଟ

ABOUT THE AUTHOR

...view details