ଓଡିଶା

odisha

ETV Bharat / bharat

ସେପ୍ଟେମ୍ବର 12 ସୁଦ୍ଧା ଦେଶରେ ସରିଛି 5,62,60,928 କୋଭିଡ ଟେଷ୍ଟ: ICMR

ଉପଯୁକ୍ତ ସମୟରେ କୋରୋନା ଟେଷ୍ଟ କରି ସଂକ୍ରମଣ ହ୍ରାସ କରିବାରେ ଦିନ ରାତି ଟେଷ୍ଟ ପ୍ରକ୍ରିୟା ଜାରି ରଖିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

By

Published : Sep 13, 2020, 11:10 AM IST

ସେପ୍ଟେମ୍ବର 12 ସୁଦ୍ଧା ଦେଶରେ ସରିଛି 5,62,60,928 କୋଭିଡ ଟେଷ୍ଟ
ସେପ୍ଟେମ୍ବର 12 ସୁଦ୍ଧା ଦେଶରେ ସରିଛି 5,62,60,928 କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ଦେଶରେ ଅଣାୟାତ କୋରୋନା ସଂକ୍ରମଣ । କିଛି ଦିନ ହେବ ଲଗାତାର 90 ହଜାର ଉପରେ ରେକର୍ଡ ହେଉଛି ସଂକ୍ରମଣ ସଂଖ୍ୟା । ଯାହାକୁ ମିଶାଇ 47 ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ଏପରି ସ୍ଥିତିକୁ ନଜରରେ ରଖି ଦିନରାତି ଜାରି ରହିଛି କୋଭିଡ ଟେଷ୍ଟ ।

ସେପ୍ଟେମ୍ବର 12 ସୁଦ୍ଧା ଦେଶରେ ସରିଛି 5,62,60,928 କୋଭିଡ ଟେଷ୍ଟ

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ 10 ଲକ୍ଷ 71 ହଜାର 702ଟି କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ସେପ୍ଟେମ୍ବର 12 ସୁଦ୍ଧା ଦେଶରେ 5 କୋଟି 62 ଲକ୍ଷ 60 ହଜାର 928ଟି ଟେଷ୍ଟ ସରିଛି ।

ତେବେ ବର୍ତ୍ତମାନ ଦେଶରେ 47,54,357 ପାର କରିଛି ସଂକ୍ରମଣ ସଂଖ୍ୟା । ଯେଉଁଥିରେ 37,02,596 ଜଣ ସୁସ୍ଥ ହୋଇଥିବାବେଳେ, 78,586 ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ 9,73,175 ଜଣ ଚିକିତ୍ସାଧୀନ ଅଛନ୍ତି ।

ABOUT THE AUTHOR

...view details