ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ନଜରରେ ପ୍ରତ୍ୟେକ ଦିନ କୋଭିଡ ଟେଷ୍ଟକୁ ବଢାଇ ଦିଆଯାଇଛି । ବର୍ତ୍ତମାନ ସମୟରେ ମୋଟ 3 କୋଟିରୁ ଉର୍ଦ୍ଧ୍ବ ଟେଷ୍ଟ ସରିଛି ।
ବୁଧବାର ସୁଦ୍ଧା ଦେଶରେ ସରିଛି 3 କୋଟି 85 ହଜାର କୋଭିଡ ଟେଷ୍ଟ: ICMR - corona virus
ଦେଶରେ ବେଲଗାମ କୋରୋନା ସଂକ୍ରମଣ । ଏହା ଉପରେ ରୋକ ଲଗାଇବା ନେଇ ପ୍ରତ୍ୟେକ ଦିନ କରାଯାଉଛି ଲକ୍ଷାଧିକ କୋରୋନା ସାମ୍ପଲ ଟେଷ୍ଟ । ଅଧିକ ପଢନ୍ତୁ...
ବୁଧବାର ସୁଦ୍ଧା ଦେଶରେ ସରିଛି 3,85,76,510 କୋଭିଡ ଟେଷ୍ଟ: ICMR
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ବୁଧବାର 9 ଲକ୍ଷ 24 ହଜାର 998 ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଦେଶରେ 3 କୋଟି 85 ଲକ୍ଷ 76 ହଜାର 510ଟି ଟେଷ୍ଟ ସରିଛି। କିପରି ସଂକ୍ରମିତଙ୍କୁ ଚିହ୍ନଟ କରି ସଠିକ ସମୟରେ ଉପଯୁକ୍ତ ଚିକିତ୍ସା କରାଯାଇ ଦେଶକୁ କୋରୋନା ମୁକ୍ତ କରାଯାଇ ପାରିବ ସେନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିରନ୍ତର ଚେଷ୍ଟା ଜାରି ରହିଛି ।
ତେବେ ବର୍ତ୍ତମାନ ସୁଦ୍ଧା 33 ଲକ୍ଷ 10 ହଜାର 235 ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ସେହିପରି ଏଥିରେ 60 ହଜାର 472 ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।