ଓଡିଶା

odisha

ETV Bharat / bharat

ଶୁକ୍ରବାର ସୁଦ୍ଧା ଦେଶରେ ସରିଛି 3,34,67,237 କୋରୋନା ଟେଷ୍ଟ: ICMR - କୋରୋନା ଟେଷ୍ଟ

ଦିନକୁ ଦିନ ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଦେଶରେ 29 ହଜାର ପାର କରିଛି କୋରୋନା ମାମଲା । ଏହାକୁ ଦୃଷ୍ଟିରେ ରଖି ସରକାର ବହୁ ସଂଖ୍ୟାରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ବହୁ ଟେଷ୍ଟ କରି ରେକର୍ଡ କରିଥିବା ଆଇସିଏମଆର ଗତ 24 ଘଣ୍ଟାରେ ମଧ୍ୟ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରିଛି । ଗୋଟିଏ ଦିନରେ ଦେଶରେ 8,05,985 ଟେଷ୍ଟ କରାଯାଇଛି ।

icmr
ଶୁକ୍ରବାର ସୁଦ୍ଧା ଦେଶରେ ସରିଛି 3,34,67,237 କୋରୋନା ଟେଷ୍ଟ

By

Published : Aug 21, 2020, 10:18 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅଣାୟତ । ଦିନକୁ ଦିନ ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଦେଶରେ 29 ହଜାର ପାର କରିଛି କୋରୋନା ମାମଲା । ଏହାକୁ ଦୃଷ୍ଟିରେ ରଖି ସରକାର ବହୁ ସଂଖ୍ୟାରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ବହୁ ଟେଷ୍ଟ କରି ରେକର୍ଡ କରିଥିବା ଆଇସିଏମଆର ଗତ 24 ଘଣ୍ଟାରେ ମଧ୍ୟ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରିଛି । ଗୋଟିଏ ଦିନରେ ଦେଶରେ 8,05,985 ଟେଷ୍ଟ କରାଯାଇଛି ।

ଏଯାବତ୍ ଦେଶରେ3,34,67,237 ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗୁରୁବାର 8,05,985 ନମୁନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କହିଛି । ପ୍ରକାଶ ଥାଉକି,ଦେଶରେ 24 ଘଣ୍ଟାରେ 68,898 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 983 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 29,05,824ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 21,58,947 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 6,92,028 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ବର୍ତ୍ତମାନ ସୁଦ୍ଧା 54,849 ଆକ୍ରାନ୍ତଙ୍କ ମାରାତ୍ମକ ଭାଇରସରେ ମୃତ୍ୟୁ ଘଟିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details