ଓଡିଶା

odisha

ETV Bharat / bharat

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ, 71 ମୃତ୍ୟୁ - lockdown 2.0

total-number-of-covid19-positive-cases-in-india-rises-to-37336-including-26167-active-cases-and-1218-deaths
ଦେଶରେ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ, 71 ମୃତ୍ୟୁ

By

Published : May 2, 2020, 9:22 AM IST

Updated : May 2, 2020, 11:14 AM IST

11:07 May 02

ରାଜସ୍ଥାନରେ 12 ନୂଆ କୋରୋନା ପଜିଟିଭ,3 ମୃତ୍ୟୁ ରେକର୍ଡ

ରାଜସ୍ଥାନରେ 12 ନୂଆ କୋରୋନା ପଜିଟିଭ,3 ମୃତ୍ୟୁ ରେକର୍ଡ

ଜୟପୁର: ଆଜି ରାଜସ୍ଥାନରେ 12ଟି ନୂତନ କୋରୋନା ପଜିଟିଭ ମାମଲା ଓ 3 ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା 2678କୁ ବୃଦ୍ଧି ପାଇଥିବା ବେଳେ 65 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 1116 ଜଣ ଲୋକ ସୁସ୍ଥ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ 714 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

09:08 May 02

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ, 71 ମୃତ୍ୟୁ

ଦେଶରେ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ, 71 ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ 2293ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ 71ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 37336କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1218ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 11506 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 4721, ଦିଲ୍ଲୀରେ 3738, ରାଜସ୍ଥାନରେ 2666, ଉତ୍ତରପ୍ରଦେଶରେ 2328, ତାମିଲନାଡୁରେ 2526, ଆନ୍ଧ୍ରପ୍ରଦେଶରେ 1463,  ତେଲେଙ୍ଗାନା 1039, କର୍ଣ୍ଣାଟକରେ 589 ଓ କେରଳରେ 497 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 485 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 236, ମଧ୍ୟପ୍ରଦେଶରେ 145, ଦିଲ୍ଲୀରେ 61, ତେଲେଙ୍ଗାନାରେ 26, ତାମିଲନାଡୁରେ 28, କର୍ଣ୍ଣାଟକରେ 22 ଓ ଆନ୍ଧ୍ରପ୍ରଦେଶରେ 33 ଜଣଙ୍କର ମୃତ୍ୟୁ ହୋଇଛି ।

Last Updated : May 2, 2020, 11:14 AM IST

ABOUT THE AUTHOR

...view details