ଓଡିଶା

odisha

ETV Bharat / bharat

ଦେଶରେ ପ୍ରାୟ ସାଢେ 3 ଲକ୍ଷ ଲୋକଙ୍କ ସରିଛି ନମୁନା ପରୀକ୍ଷା

ଶନିବାର ସୁଦ୍ଧା ଦେଶରେ 3 ଲକ୍ଷରୁ ଅଧିକ ନମୁନା ପରୀକ୍ଷା ସରିଛି । ଏପର୍ଯ୍ୟନ୍ତ 14 ହଜାରରୁ ଅଧିକ କୋଭିଡ 19 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦେଶରେ ପ୍ରାୟ ସାଢେ 3 ଲକ୍ଷ ଲୋକଙ୍କ ସରିଛି ନମୁନା ପରୀକ୍ଷା
ଦେଶରେ ପ୍ରାୟ ସାଢେ 3 ଲକ୍ଷ ଲୋକଙ୍କ ସରିଛି ନମୁନା ପରୀକ୍ଷା

By

Published : Apr 19, 2020, 6:42 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତି ଥମିବାର ନାମ ନେଉନି । ଏପର୍ଯ୍ୟନ୍ତ 14 ହଜାରରୁ ଅଧିକ କୋଭିଡ 19 ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ସେହିପରି ମୃତ୍ୟୁସଂଖ୍ୟା 500 ପାଖାପାଖି ପହଞ୍ଚିଲାଣି ।

ତେବେ ଶନିବାର ସୁଦ୍ଧା ଦେଶରେ 3 ଲକ୍ଷରୁ ଅଧିକ ନମୁନା ପରୀକ୍ଷା ସରିଛି । ସେହିପରି ପ୍ରାୟ ସାଢେ 3 ଲକ୍ଷ ଲୋକଙ୍କର କୋରୋନା ଟେଷ୍ଟ ହୋଇଛି । ଶନିବାର 35 ହଜାର 494ଟି ପରୀକ୍ଷା ହୋଇଥିବାବେଳେ ହଜାରରୁ ଉର୍ଦ୍ଧ୍ବ ରିପୋର୍ଟ ପଜିଟିଭ ଆସିଛି । ଶୁକ୍ରବାର 28 ହଜାର 542ଟି ନମୁନା ପରୀକ୍ଷା ହୋଇଥିଲା । 18 ଏପ୍ରିଲ ସୁଦ୍ଧା ମୋଟ 3 ଲକ୍ଷ 72 ହଜାର 123ଟି ସାମ୍ପଲ ପରୀକ୍ଷା ହୋଇଛି ।

ସେହିପରି 3 ଲକ୍ଷ 54 ହଜାର 969 ଜଣ ଲୋକଙ୍କର ନମୁନା ପରୀକ୍ଷା ହୋଇଥିବା ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ କହିଛି । ଏବେ ଯାଏଁ ଦେଶରେ 14 ହଜାର 792 ଲୋକ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ସେଥିରୁ 2015 ଲୋକ ସୁସ୍ଥ ହୋଇଛନ୍ତି । 488 ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ, ମଧ୍ୟପ୍ରଦେଶ କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଏହି ସମସ୍ତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଥିବାବେଳେ ମହାରାଷ୍ଟ୍ରରେ 3000 ପାର କରିଛି । ସେହିପରି ସାରା ବିଶ୍ବରେ 20 ଲକ୍ଷ ଉପରେ ପହଞ୍ଚିଛି କୋରୋନା ପଜିଟିଭ ସଂଖ୍ୟା ।

ସୌଜନ୍ୟ@ANI

ABOUT THE AUTHOR

...view details