ଭୋପାଳ: ମଧ୍ୟପ୍ରଦେଶରେ କୋରୋନା ଧିରେ ଧିରେ ବ୍ୟାପିବାରେ ଲାଗିଛି । ଶନିବାର ସୁଦ୍ଧା ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା 500 ପାର କରିଛି । ଏବେ ପର୍ଯ୍ୟନ୍ତ ଏଥିରେ 40 ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ରାଜ୍ୟରେ ଦିଲ୍ଲୀ ଫେରନ୍ତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ନିଜାମୁଦ୍ଦିନ ମର୍କାଜରେ ଯୋଗ ଦେଇ ଫେରିଛନ୍ତି । ଦିନକୁ ଦିନ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ଆକ୍ରାନ୍ତଙ୍କ ମଧ୍ୟରେ କିଛି ଲୋକେ ଏମାନଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଥିବା ଜଣାପଡିଛି ।