ଓଡିଶା

odisha

ETV Bharat / bharat

ଦିଲ୍ଲୀରେ 525 କୋରୋନା ଆକ୍ରାନ୍ତ, ତବଲିଗୀରୁ ସର୍ବାଧିକ 329 - କୋରୋନା ଅପଡେଟ

ଏବେ ସୁଦ୍ଧା ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 500 ପାର ହୋଇଛି । 525 ଆକ୍ରାନ୍ତଙ୍କ ମଧ୍ୟରୁ 329 ଜଣ ତବଲିଗୀ ସମାବେଶରେ ଯୋଗ ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ 525 କୋରୋନା ଆକ୍ରାନ୍ତ, ତବଲିଘିରୁ ସର୍ବାଧିକ 329
ଦିଲ୍ଲୀରେ 525 କୋରୋନା ଆକ୍ରାନ୍ତ, ତବଲିଘିରୁ ସର୍ବାଧିକ 329

By

Published : Apr 7, 2020, 12:02 AM IST

ନୂଆଦିଲ୍ଲୀ: ସରକାରଙ୍କ ଚିନ୍ତା ବଢାଉଛି ତବଲିଗୀ । ନିଜାମୁଦ୍ଦିନର ମର୍କାଜରେ ଅନୁଷ୍ଠିତ ଧାର୍ମିକ ସମାବେଶ ଯୋଗୁଁ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ଏବେ ପର୍ଯ୍ୟନ୍ତ ତବଲିଗୀରୁ ଫେରିଥିବା ଆହୁରି ଅନେକ ଲୋକଙ୍କୁ ଖୋଜିବାରେ ଲାଗିଛି ଦିଲ୍ଲୀ ପୋଲିସ ।

ସରକାରଙ୍କ ସୂଚନାନୁସାରେ ଏବେ ସୁଦ୍ଧା ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 500 ପାର ହୋଇଛି । 525 ଆକ୍ରାନ୍ତଙ୍କ ମଧ୍ୟରୁ 329 ଜଣ ତବଲିଗୀ ସମାବେଶରେ ଯୋଗ ଦେଇଥିବା ଜଣାପଡିଛି । ଏମାନଙ୍କ ସଂଖ୍ୟା ଗତ କିଛି ଦିନ ଧରି ବୃଦ୍ଧି ପାଇବାରେ ଲାଗିଛି । ନିଜାମୁଦ୍ଦିନର ମର୍କାଜରେ ଅନୁଷ୍ଠିତ ସମାବେଶ ଯୋଗୁଁ ଦିଲ୍ଲୀ ଅଧିକ ପ୍ରଭାବିତ ହୋଇଛି । ଆହୁରି ଅନେକ ଲୋକ କ୍ବାରେଣ୍ଟାଇନରେ ଥିବାବେଳେ ଏହି ସଂଖ୍ୟା ବଢିବାର ଆଶଙ୍କା ପ୍ରକାଶ ପାଇଛି ।

ଏହାସହ ଏପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ 7 ଜଣଙ୍କର ମୃତ୍ୟୁ ହୋଇଛି । ସରକାରଙ୍କ ପକ୍ଷରୁ ଲକଡାଉନକୁ କଡାକଡି କରାଯାଇଛି । ସନ୍ଦିଗ୍ଘ କୋରୋନା ଆକ୍ରାନ୍ତଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ପୋଲିସ ପକ୍ଷରୁ ନିଜାମୁଦ୍ଦିନ ମର୍କାଜରେ ଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ସୌଜନ୍ୟ@ANI

ABOUT THE AUTHOR

...view details