ଓଡିଶା

odisha

ETV Bharat / bharat

ଅକ୍ଟୋବର 6 ସୁଦ୍ଧା ଦେଶରେ ସରିଛି 8,22,71,654 କୋରୋନା ଟେଷ୍ଟ: ICMR - ଆଇସିଏମଆର

ବର୍ଦ୍ଧିତ ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ଆଇସିଏମଆର ପକ୍ଷରୁ ଅହରହ କୋଭିଡ ଟେଷ୍ଟ କରାଯାଉଛି । ବର୍ତ୍ତମାନ ସୁଦ୍ଧା 8 କୋଟିରୁ ଉର୍ଦ୍ଧ୍ବ ଟେଷ୍ଟ ସରିଛି । ଅଧିକ ପଢନ୍ତୁ...

ଅକ୍ଟୋବର 6 ସୁଦ୍ଧା ଦେଶରେ ସରିଛି 8,22,71,654 କୋରୋନା ଟେଷ୍ଟ: ICMR
ଅକ୍ଟୋବର 6 ସୁଦ୍ଧା ଦେଶରେ ସରିଛି 8,22,71,654 କୋରୋନା ଟେଷ୍ଟ: ICMR

By

Published : Oct 7, 2020, 10:16 AM IST

ନୂଆଦିଲ୍ଲୀ: 67 ଲକ୍ଷ ପାର କରିଛି ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା । ହେଲେ ପୂର୍ବ ଅପେକ୍ଷା ଦୈନିକ ସଂକ୍ରମଣ ସଂଖ୍ୟା ଏବେ କିଛି ମାତ୍ରାରେ ହ୍ରାସ ପାଇବାରେ ଲାଗିଛି । ତେବେ କିପରି ବହୁ ମାତ୍ରାରେ ସଂକ୍ରମଣ ବ୍ୟାପିବାରେ ରୋକାଯାଇପାରିବ ସେନେଇ ପ୍ରତିଦିନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ସାମ୍ପଲ ଟେଷ୍ଟ ଜାରି ରହିଛି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ ଗତ 24 ଘଣ୍ଟାରେ 11 ଲକ୍ଷ 99 ହଜାର 857ଟି କୋଭିଡ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ମଙ୍ଗଳବାର ସୁଦ୍ଧା 8 କୋଟି 22 ଲକ୍ଷ 71 ହଜାର 654ଟି ଟେଷ୍ଟ ସରିଛି ।

ତେବେ ଅକ୍ଟୋବର 6 ସୁଦ୍ଧା ଦେଶରେ 67 ଲକ୍ଷ 57 ହଜାର 132 ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ଏଥିରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 1 ଲକ୍ଷ 04 ହଜାର 555 ଜଣଙ୍କର ମୃତ୍ୟୁ ଘଟିଛି ।

ଅକ୍ଟୋବର 6 ସୁଦ୍ଧା ଦେଶରେ ସରିଛି 8,22,71,654 କୋରୋନା ଟେଷ୍ଟ: ICMR

ABOUT THE AUTHOR

...view details