ଓଡିଶା

odisha

ETV Bharat / bharat

ବିହାର, ଛତିଶଗଡ ଓ ଝାଡଖଣ୍ଡରେ ସାମ୍ନାକୁ ଆସିଲା 19ଟି ନୂଆ ମାମଲା

ଦେଶରେ ସବୁଠୁ କମ ଆକ୍ରାନ୍ତଙ୍କ ସଂଖ୍ୟା ଥିବା ରାଜ୍ୟ ଗୁଡିକ ଭିତରେ ବିହାର, ଝାଡଖଣ୍ଡ ଓ ଛତିଶଗଡ ରହିଥିଲା । କିନ୍ତୁ ଏହି ରାଜ୍ୟ ଗୁଡିକରେ ଏବେ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

By

Published : Apr 9, 2020, 4:09 PM IST

COVID19
ବିହାର, ଛତିଶଗଡ ଓ ଝାଡଖଣ୍ଡରେ ସାମ୍ନାକୁ ଆସିଲା 19ଟି ନୂଆ ମାମଲା

ରାଞ୍ଚି/ପାଟନା/ରାୟପୁର: ଝାଡଖଣ୍ଡରେ 5 ନୂଆ ମାମଲା । ସେଥିମଧ୍ୟରୁ ରାଞ୍ଚିର ହିନ୍ଦିପିରିର ଗୋଟିଏ ପରିବାରରୁ 4 ଜଣ ଆକ୍ରାନ୍ତ ହୋଇଥିବାବେଳେ, ବୋକାରୋ ଜିଲ୍ଲାର ଜଣେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନିତିନ ମଦନ କୁଲକର୍ଣ୍ଣି ।

ବିହାର, ଛତିଶଗଡ ଓ ଝାଡଖଣ୍ଡରେ ସାମ୍ନାକୁ ଆସିଲା 19ଟି ନୂଆ ମାମଲା

ବିହାରରେ ଗୁରୁବାର ସକାଳ ସୁଦ୍ଧା 13ଟି ନୂଆ ମାମଲା ସାମ୍ନାକୁ ଆସିଛି । ସିଓ୍ବାନ ଜିଲ୍ଲାର ଗୋଟିଏ ପରିବାରର 12 ଜଣ ଆକ୍ରାନ୍ତ ହୋଇଥିବା ବେଳେ, ନଓ୍ବାଡାରେ ଆଉ ଜଣେ 38 ବର୍ଷୀୟ ଯୁବକଙ୍କ ନିକଟରେ କୋରୋନା ପଜିଟିଭ ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 51କୁ ବୃଦ୍ଧି ପାଇଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ସଞ୍ଜୟ କୁମାର ।

ସେହପରି ପୁଣି ଛତିଶଗଡରେ ଆଉ ଏକ କୋରୋନା ପଜିଟିଭ ସାମ୍ନାକୁ ଆସିଛି । ଏହାକୁ ନେଇ ରାଜ୍ୟରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଥିବାବେଳେ 9 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂଦେଓ ।

ABOUT THE AUTHOR

...view details