ନୂଆଦିଲ୍ଲୀ: ବିଶ୍ବ ମହାମାରୀ କୋରୋନାରେ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଆମେରିକା ରହିଥିବାବେଳେ, ଦ୍ବିତୀୟରେ ବ୍ରାଜିଲ ଓ ତୃତୀୟରେ ଭାରତ ରହିଛି । କିନ୍ତୁ ବିଗତ କିଛି ଦିନ ଧରି ଯଦି ଦେଖାଯାଏ ଭାରତରେ କୋରୋନା ସଂକ୍ରମଣ ମାମଲା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯଦି ଏହିଭଳି ଭାବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଏ, ତେବେ ବେଶି ଦିନ ଲାଗିବନି ଆମେରିକାକୁ ପଛରେ ପକେଇବାକୁ ।
ଦେଶରେ ଶନିବାର ସୁଦ୍ଧା 13,85,522 କୋରୋନା ପଜିଟିଭ, ଗଲାଣି 32,063 ଜୀବନ - 13,85,522 COVID19 positive cases reported in india
ଭାରତରେ ଭୟଙ୍କର ରୂପ ଧାରଣ କରୁଛି କୋରୋନା ଭାଇରସ । ପ୍ରତ୍ୟେକ ଦିନ ଆସୁଛି ଭୟଭୀତ କରିଦେବା ଭଳି ରିପୋର୍ଟ । ଅଧିକ ପଢନ୍ତୁ...
ଦେଶରେ ଶନିବାର ସୁଦ୍ଧା 13,85,522 କୋରୋନା ପଜିଟିଭ ରିପୋର୍ଟ, ଯାଇଛି 32,63 ଜୀବନ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 48 ହଜାର 661ଟି କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 705 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ରବିବାର ସକାଳ ସୁଦ୍ଧା ଦେଶରେ 13 ଲକ୍ଷ 85 ହଜାର 522ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେଥିମଧ୍ୟରୁ 4 ଲକ୍ଷ 67 ହଜାର 882ଟି ମାମଲା ସକ୍ରିୟ ଥିବାବେଳେ, 8 ଲକ୍ଷ 85 ହଜାର 577 ଜଣ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ 32 ହଜାର 6 ଶହ 23 ଜଣ ମୃତ୍ୟୁବରଣ କରିଛନ୍ତି ।