ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ଦେଶର ହୋଇଛି 12,69,479 କୋରୋନା ପରୀକ୍ଷା: ଆଇସିଏମଆର - କୋରୋନା ପରୀକ୍ଷା

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ଶୁକ୍ରବାର ଦେଶରେ 12 ଲକ୍ଷ 69 ହଜାର 479 କୋରୋନା ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏଯାବତ୍ ଦେଶରେ 10 କୋଟି 13 ଲକ୍ଷ 82 ହଜାର 564 କୋରୋନା ପରୀକ୍ଷା କରାଯାଇଛି ।

24 ଘଣ୍ଟାରେ ଦେଶର ହୋଇଛି  12,69,479  କୋରୋନା ପରୀକ୍ଷା
24 ଘଣ୍ଟାରେ ଦେଶର ହୋଇଛି 12,69,479 କୋରୋନା ପରୀକ୍ଷା

By

Published : Oct 24, 2020, 11:30 AM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଏହାରି ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ସାମ୍ପଲ ଟେଷ୍ଟ ଜାରି ରହିଛି । ପ୍ରତ୍ୟେକ ଦିନ ଦେଶରେ ଲକ୍ଷାଧିକ ଟେଷ୍ଟ କରାଯାଉଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ଶୁକ୍ରବାର ଦେଶରେ 12 ଲକ୍ଷ 69 ହଜାର 479 କୋରୋନା ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏଯାବତ୍ ଦେଶରେ 10 କୋଟି 13 ଲକ୍ଷ 82 ହଜାର 564 କୋରୋନା ପରୀକ୍ଷା କରାଯାଇଛି ।

ଅନ୍ୟଦେଶ ତୁଳନାରେ କୋଭିଡ ଟେଷ୍ଟିଂ ମାମଲାରେ ଭାରତ ଆଗୁଆ ରହିଛି । ଯାହାଦ୍ବାରା ଭାରତ ଭଳି ଜନବହୁଳ ଦେଶରେ ଟେଷ୍ଟିଂ ଦ୍ବାରା କୋରୋନା ସଂକ୍ରମଣ କମ କରାଯାଇପାରିଛି ।

ପ୍ରକାଶ ଥାଉକି,24 ଘଣ୍ଟାରେ ଦେଶରେ 53,370 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 650 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 78 ଲକ୍ଷ 14 ହଜାର 682ରେ ପହଞ୍ଚିଛି ।

ସେହିପରି 24 ଘଣ୍ଟାରେ ଦେଶରେ 67,549 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ 70 ଲକ୍ଷ 16 ହଜାର 46 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 24 ଘଣ୍ଟାରେ 14,829 ଆକ୍ରାନ୍ତ ଆକ୍ଟିଭ ସହ ଦେଶରେ ମୋଟ ଆକ୍ଟିଭ ମାମଲା 6 ଲକ୍ଷ 80 ହଜାର 680ରେ ପହଞ୍ଚିଛି ।

ଏହାଛଡା 24 ଘଣ୍ଟାରେ 682 ଆକ୍ରାନ୍ତଙ୍କ ମୃତ୍ୟୁ ସହ ଦେଶରେ ଏଯାବତ୍ ମାରାତ୍ମକ ଭାଇରସରେ 1 ଲକ୍ଷ 17 ହଜାର 956ରେ ପହଞ୍ଚିଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details