ଓଡିଶା

odisha

ETV Bharat / bharat

ଗୋଟିଏ ଦିନରେ ଦେଶରେ ହୋଇଛି 8,46,278 କୋରୋନା ଟେଷ୍ଟ: ICMR

ଦିନକୁ ଦିନ ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଦେଶରେ 36 ଲକ୍ଷ ପାର କରିଛି କୋରୋନା ମାମଲା । ଏହାକୁ ଦୃଷ୍ଟିରେ ରଖି ସରକାର ବହୁ ସଂଖ୍ୟାରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ବହୁ ଟେଷ୍ଟ କରି ରେକର୍ଡ କରିଥିବା ଆଇସିଏମଆର ଗତ 24 ଘଣ୍ଟାରେ 8,46,278 କୋରୋନା ପରୀକ୍ଷା କରିଛି ।

ICMR
ଗୋଟିଏ ଦିନରେ ଦେଶରେ ହୋଇଛି 846278 କୋରୋନା ପରୀକ୍ଷା

By

Published : Aug 31, 2020, 12:24 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅଣାୟତ୍ତ । ଦିନକୁ ଦିନ ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଦେଶରେ 36 ଲକ୍ଷ ପାର କରିଛି କୋରୋନା ମାମଲା । ଏହାକୁ ଦୃଷ୍ଟିରେ ରଖି ସରକାର ବହୁ ସଂଖ୍ୟାରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ବହୁ ଟେଷ୍ଟ କରି ରେକର୍ଡ କରିଥିବା ଆଇସିଏମଆର ଗତ 24 ଘଣ୍ଟାରେ 8,46,278 କୋରୋନା ପରୀକ୍ଷା କରିଛି ।

ଏଯାବତ୍ ଦେଶରେ 4,23,07,914 ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ରବିବାର 8,46,278 ନମୁନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ସୋମବାର କହିଛି ।

ପ୍ରକାଶ ଥାଉକି, ଗତ 24 ଘଣ୍ଟାରେ ଦେଶରେ 78 ହଜାର 512 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 971 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ସୋମବାର ସୁଦ୍ଧା ଦେଶରେ କୋରୋନା ମାମଲା 36,21,246 ରେ ପହଞ୍ଚିଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 27 ଲକ୍ଷ 74 ହଜାର 802 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ 7 ଲକ୍ଷ 81 ହଜାର 975ଟି ମାମଲା ସକ୍ରିୟ ରହିଛି । ତେବେ ସକ୍ରିୟ ମାମଲା ଠାରୁ ସୁସ୍ଥହାର 3 ଗୁଣ ଅଧିକ ରହିଛି । ଏଥିସହ ଏଯାବତ୍ ମାରାତ୍ମକ ଭାଇରସ କାରଣରୁ 64 ହଜାର 469 ଆକ୍ରାନ୍ତର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details