ଓଡିଶା

odisha

ETV Bharat / bharat

ପୂର୍ବତନ ସାଂସଦ ନାରାୟଣ ରେଡ୍ଡୀଙ୍କ ପରଲୋକ - Nizamabad ex-MP Narayana Reddy

ତେଲେଙ୍ଗାନା ନିଜାମାବାଦର ପୂର୍ବତନ ସାଂସଦ ତଥା ବରିଷ୍ଠ ଆଇନଜୀବୀ ନାରାୟଣ ରେଡ୍ଡୀଙ୍କର ପରଲୋକ । ଅବିଭକ୍ତ ଆନ୍ଧ୍ରପ୍ରଦେଶକୁ ବିଭାଜନ କରି ଅଲଗା ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ 1969ରେ ଚାଲିଥିବା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ନାରାୟଣ । ଅଧିକ ପଢନ୍ତୁ...

ପୂର୍ବତନ ସାଂସଦ ନାରାୟଣ ରେଡ୍ଡୀଙ୍କ ପରଲୋକ
ପୂର୍ବତନ ସାଂସଦ ନାରାୟଣ ରେଡ୍ଡୀଙ୍କ ପରଲୋକ

By

Published : Feb 2, 2020, 11:21 PM IST

ହାଇଦ୍ରାବାଦ: ତେଲେଙ୍ଗାନା ନିଜାମାବାଦର ପୂର୍ବତନ ସାଂସଦ ତଥା ବରିଷ୍ଠ ଆଇନଜୀବୀ ନାରାୟଣ ରେଡ୍ଡୀଙ୍କ ପରଲୋକ । ନାରାୟଣ ଦୀର୍ଘ ଦିନରୁ ଅସୁସ୍ଥ ଥିବା ବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ଘଟିଛି । ଅବିଭକ୍ତ ଆନ୍ଧ୍ରପ୍ରଦେଶକୁ ବିଭାଜନ କରି ଅଲଗା ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ 1969ରେ ଚାଲିଥିବା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ନାରାୟଣ । ତେଲେଙ୍ଗାନାର ଆଇନମନ୍ତ୍ରୀ ଇନ୍ଦ୍ରକରଣ ରେଡ୍ଡୀ, ପୂର୍ବତନ ବିଧାନସଭା ବାଚସ୍ପତି କେଆର ସୁରେଶ ରେଡ୍ଡୀ ହସ୍ପିଟାଲରେ ପହଞ୍ଚି ନାରାୟଣଙ୍କ ଶେଷ ଦର୍ଶନ କରିଛନ୍ତି ।

ପୂର୍ବତନ ସାଂସଦ ନାରାୟଣ ରେଡ୍ଡୀ 1967-1971 ପର୍ଯ୍ୟନ୍ତ ନିଜାମାବାଦର ସାଂସଦ ଭାବେ ଦାୟିତ୍ବ ତୁଲାଇଛନ୍ତି । ସେ ନିର୍ଦ୍ଦଳୟ ଭାବେ ନିର୍ବାଚନ ଲଢିଥିଲେ । ସେ ଅବିଭକ୍ତ ଆନ୍ଧ୍ରପ୍ରଦେଶ ରାଜ୍ୟର ଆଖୁଚାଷୀ ସଙ୍ଘର ରାଜ୍ୟ ଅଧ୍ୟକ୍ଷ ମଧ୍ୟ ରହିଥିଲେ । ନାରାୟଣ ଜଣେ ଶିକ୍ଷକ, ଲେଖକ ଓ ଆଇନଜୀବୀ ଭାବେ ପରିଚିତ । ନାରାୟଣଙ୍କ ଦେହେନ୍ତରେ ତେଲେଙ୍ଗାନାର ବିଭିନ୍ନ ନେତାମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details